Advertisment

ଆଶ୍ଚର୍ଯ୍ୟ ! ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ...କେହିବି ଟେର୍‌ ପାରୁ ନାହାନ୍ତି

ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ... ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ୨ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା।

Bodies surprisingly vanishing from graveyard in Bhadrak

Bodies surprisingly vanishing from graveyard in Bhadrak

Advertisment

ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ... ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ୨ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା। ଏବେ ପୁଣି ଏଇ ଘଟଣାର ପୁନରାବୃତ୍ତି ଘଟିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଉତ୍ତରରେ ଥିବା ମଣିନାଥପୁର ଗାଁ ମଶାଣିରେ କବର ଦିଆଯାଇଥିବା ଶବ ଗାଏବ ହୋଇଯାଉଥିବା ଦେଖିବାକୁ ମିଳିଛି।

Advertisment

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍‌ ଅନ୍ତର୍ଗତ ବୈତରଣୀ ନଦୀର ଉତ୍ତରରେ ମଣିନାଥପୁର ଗାଁର ସ୍ଵର୍ଗଦ୍ଵାର ମଶାଣି ରହିଛି। ଏଇଠୁ ଗାଏବ ହୋଇଯାଇଛି ୩ଟି ଶବ। ୨୦ ଦିନ ପୂର୍ବେ ମୃତ ଅକ୍ଷୟ ବେହେରା, ଦୀନବନ୍ଧୁ ନାଥ ଏବଂ ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଶ୍ରୀକାନ୍ତ ବେହୁରିଆଙ୍କ ଅନ୍ତିମ ସଂସ୍କାର କରାଯାଇ ପୋତା ଯାଇଥିଲା। ହେଲେ ଏବେ କାହାରି ଶବ ଏଇ ମଶାଣିରେ ନାହିଁ।

ଗାଁ ପିଲା ନଦୀକୁ ବୁଲିବାକୁ ଯାଇଥିବା ବେଳେ ସମାଧିସ୍ଥଳ ଖୋଳା ଯାଇଥିବା ଦେଖିଥିଲେ। ଏହାପରେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ଏକାଠି ହୋଇ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ଯେ, ସମାଧିସ୍ଥଳରେ ଗାତ ଖୋଳାଯାଇ ପୁଣି ମାଟି ଭର୍ତ୍ତି କରାଯାଇଛି। ସେହିପରି ଶବର ଅନ୍ତଃବସ୍ତ୍ର, ଦୁର୍ବୃତ୍ତଙ୍କ ପାଦ ଚିହ୍ନ, କିଛି ଘୋଷାଡ଼ି ନେଇଥିବା ଦାଗ ଚିହ୍ନ ଦେଖି ଶବ ଚୋରି ହୋଇଥିବା ଜଣାପଡ଼ିଛି। କିଛି ବର୍ଷ ପୂର୍ବେ ମଧ୍ୟ ସ୍ୱର୍ଗତ ଶିକ୍ଷକ ବାସୁଦେବ ଦାସଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶବ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

Advertisment

ମଶାଣିରୁ ଶବ ଗାଏବ ଶିଆଳ କିମ୍ବା କୁକୁର କରି ନାହାନ୍ତି ବୋଲି ଗ୍ରାମବାସୀ ସତର୍କ ରଖିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ଶବ କେହି ମଣିଷ ହିଁ ଚୋରି କରୁଛି। ମାଟି ଖୋଳି ଶବ ନେଇ ପୁଣି ଗାତକୁ ପୋତିବା କାମ ଶିଆଳ କିମ୍ବା କୁକୁର କରିପାରିବେ ନାହିଁ। ଏହାବାଦ୍ ସମାଧିସ୍ଥଳର କିଛି ଦୂରରେ ଦେଖିବାକୁ ମିଳିଛି ମେଡିକାଲ୍ ଗ୍ଲୋଭସ୍ ଏବଂ ମୃତକଙ୍କ ପିନ୍ଧା ଲୁଗା। ଅନେକ ସ୍ଥାନରେ ମରଶରୀରର ଅବଶିଷ୍ଟାଂଶ ଅଙ୍ଗ ପଡ଼ିଥିବା ବେଳେ ହାଡ଼ ମିଳିନାହିଁ। ଏଭଳି ଦୃଶ୍ୟ ଦେଖି କେଉଁ ଗୁଣିଆ ବା ତାନ୍ତ୍ରିକ ଶବ ଚୋରି କରୁଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ସେପଟେ ମଶାଣି ସମାଧିସ୍ଥଳରୁ ଶବ ଗାଏବ ହେବା ଘଟଣା ନେଇ ଥାନାରେ ଏତଲା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଶବ ଗାଏବ ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ। ମନରେ ଅଜଣା ଭୟ ସୃଷ୍ଟି ହୋଇଛି। କିଏ କହୁଛି ତାନ୍ତ୍ରିକ ଗୋଷ୍ଠୀ ଏଭଳି କରୁଛନ୍ତି, ଆଉ କିଏ କହୁଛନ୍ତି ଏହା ପଛରେ ଗୁଣିଆର ହାତ ରହିଛି। ଏପରିକି ମେଡିକାଲ୍ କଲେଜ ଲ୍ୟାବ୍‌ ଲାଗି ଆବଶ୍ୟକ ସ୍କେଲିଟନ୍ ନିମନ୍ତେ କୌଣସି ରାକେଟ୍‌ର ହାତ ରହିଛି ବୋଲି ମଧ୍ୟ କେହି କେହି ସନ୍ଦେହ କରୁଛନ୍ତି।

Advertisment
Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ