Advertisment

ବଢ଼ି ପାଣିରେ ଭାସିଗଲେ ଶଳା ଭିଣୋଇ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍‌ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।

ଅଦ୍ୟତନ ହୋଇଛି
Car Washed Away

Car Washed Away

Advertisment

ସମ୍ବଲପୁର କୁଚିଣ୍ଡାରେ ଘଟିଲା ଅଘଟଣ । ନକଟିପାଲି ନାଳରେ ଭାସି ଯାଇ ୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ନକଟିପାଲ ନାଳରେ ୨ରୁ ତିନି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା । ଏହି ସମୟରେ ନାଳ ପାର ହେଉଥିବା ବେଳେ କାର ସହ ୨ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ଗତକାଲି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା । ଆଜି ପୁଣି ଖୋଜାଖୋଜି ପରେ ନାଳର ୩୦ ଫୁଟ ଦୂରରୁ କାରକୁ ଉଦ୍ଧାର କରାଯାଇଥିଲା । ତା ଭିତରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମ୍ପର୍କରେ ଶଳା, ଭିଣୋଇ ହୋଇଥିବା ସୂଚନା ମିଳିଛି ।

Advertisment

ମୃତକ ଦ୍ୱୟଙ୍କ ସଂପର୍କୀୟ ସନ୍ତୋଷ ପଟେଲ କହିଛନ୍ତି, ତାପସଙ୍କ ମାମୁଙ୍କ ପରଲୋକ ହୋଇଯାଇଛି। ସେଥିପାଇଁ ଦଶାହ କାର୍ଯ୍ୟ ପାଇଁ ଗତକାଲି ସେ କାର୍ଡ ବାଣ୍ଟିବାକୁ ଯାଇଥିଲେ। ତାଙ୍କ ସହିତ ପ୍ରତାପ ମଧ୍ୟ ଯାଇଥିଲେ। ସେମାନେ କାର୍ଡ ବାଣ୍ଟି ଗୁଣ୍ଡୁରୁଚୁଆଁ ଅଭିମୁଖେ ଫେରୁଥିବା ବେଳେ ହଠାତ୍ ନାଳରେ ବଢ଼ି ପାଣି ଆସିଯାଇଥିଲା। ପାଣିର ସ୍ରୋତ ବହୁତ ଖୀପ୍ର ଥିଲା। ଫଳରେ କାର୍‌ଟି ଭାସି ଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ତାପସ ଓ ପ୍ରତାପ ଗଙ୍ଗା କାର୍ଡ ବାଣ୍ଟି ଗଲା ବେଳେ ଏହି ନାଳରେ କମ୍‌ ପାଣି ଥିଲା। ତେବେ ଅପରାହ୍ଣରେ ବର୍ଷା ଯୋଗୁ ନାଳରେ ପାଣି ବଢ଼ିଯାଇଥିଲା ଓ ସ୍ରୋତ ବି ଖୀପ୍ର ହୋଇଯାଇଥିଲା।

Advertisment
Flood Water Car Washed Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ