ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକି ଥିବା ଡଙ୍ଗାରେ ରହିଛନ୍ତି ୪୦ ଯାତ୍ରୀ । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ଏହିପରି ଅଘଟଣ ହୋଇଥିବା ସୂଚନା ମିଳିଛି ।
ପ୍ରାୟ ଦେଢ଼ କିମି ଯିବା ପରେ ଅଧାରେ ଡଙ୍ଗା ଅଟକିଥିବାର ଜଣାପଡିଛି । ତେବେ ବର୍ତ୍ତମାନ ଯାନ୍ତ୍ରିକ ତ୍ରୁଟି ସୁଧାରିବା ପାଇଁ ଉଦ୍ୟମ ଚାଲିଛି ।