Advertisment

ବେଆଇନ୍ ଭାବେ ପୋଷ୍ଟର ମାରିବାରୁ ଫାଇନ୍ କଷିଲା BMC

ବେଆଇନ୍ ପୋଷ୍ଟର ମାରି ସୌନ୍ଦର୍ଯ୍ୟ ନଷ୍ଟ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା BMC । ଉଭୟ ଅନୁଷ୍ଠାନକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ୍ କଷିଲା ବିଏମସି ।

ଅଦ୍ୟତନ ହୋଇଛି
BMC

BMC

Advertisment

ରାଜଧାନୀର ସର୍ବସାଧାରଣ ସ୍ଥାନରେ ବେଆଇନ୍ ଭାବେ ପୋଷ୍ଟର ଓ ବ୍ୟାନର ମାରି ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଅଭିଯୋଗରେ ବିଏମସିର କାର୍ଯ୍ୟାନୁଷ୍ଠାନ। ଗୋଟିଏ ଯାତ୍ରା ପାର୍ଟି ଓ ଅନ୍ୟ ଏକ ମନୋରଞ୍ଜନଧର୍ମୀ ଘରୋଇ ଟିଭି ଚ୍ୟାନେଲ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଫାଇନ୍ କଷିଛି ବିଏମସି। ତା’ସହ ଉଭୟ ଅନୁଷ୍ଠାନ ବିରୋଧରେ ଏତଲା ମଧ୍ୟ ଦାଏର କରାଯାଇଥିବା ବିଏମସି ଟୁଇଟ୍ କରି ସୂଚନା ଦେଇଛି।

Advertisment

ଯାତ୍ରାପାର୍ଟିର ପୋଷ୍ଟର ଗୋଟିଏ କାନ୍ଥରେ ଲଗାଯାଇଥିବା ବେଳେ ସଂପୃକ୍ତ ଘରୋଇ ଟିଭି ଚ୍ୟାନଲର କାର୍ଯ୍ୟକ୍ରମ ସମ୍ପର୍କିତ ପୋଷ୍ଟର ଏକ ମୋବାଇଲ ଟାୱାରରେ ଲଗାଯାଇଥିଲା। ଉଭୟ ପୋଷ୍ଟର୍ ବେଆଇନ୍ ଭାବେ ଲଗାଯିବା ସହ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଦର୍ଶାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଏନେଇ ସଂପୃକ୍ତ ଯାତ୍ରା ପାର୍ଟି କିମ୍ବା ସଂପୃକ୍ତ ଘରୋଇ ଟିଭି ଚାନେଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment BMC Fine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ