ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍ ଚିଲିଜ୍ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଥିଯୋଗୁ ୭ ଦିନ ପାଇଁ ଗ୍ରୀନ୍ ଚିଲିଜ୍ ଦୋକାନ ବନ୍ଦ ରହିବ।
ଆଜି ବିଏମ୍ସି କମିଶନର ଗ୍ରୀନ୍ ଚିଲିଜ୍ ଦୋକାନର ସ୍ଥିତି ପରଖିଥିଲେ। ଦୋକାନରୁ ବାହାରୁଥିବା ଆବର୍ଜନାକୁ ଅଲଗା ଅଲଗା କରିବା ସହ ଡଷ୍ଟବିନ୍ ବ୍ୟବହାର କରିବାକୁ ବିଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।