BMC imposed penalty of 50 thousands for affixing massive TO-LET posters walls and poles
ରାଜଧାନୀ ଭୁବନେଶ୍ୱରର କାନ୍ଥବାଡ଼ କିମ୍ବା ବିଦ୍ୟୁତ୍ ଖୁଣ୍ଟରେ TO-LET ଲେଖୁଛନ୍ତି କି ? ତା’ହେଲେ ସାବଧାନ ! କାରଣ ଭୁବନେଶ୍ୱର ସହରରେ କାନ୍ଥବାଡ଼ ଏବଂ ବିଦ୍ୟୁତ୍ ଖୁଣ୍ଟରେ TO-LET ବିଜ୍ଞାପନ ଲଗାଇଥିବାରୁ ହଜାରେ ନୁହେଁ କି ୨ ହଜାର ନୁହଁ ୩ ଜଣଙ୍କ ଠାରୁ ୫୦ ହଜାର ଟଙ୍କା ଲେଖାଏ ଫାଇନ କରିଛି BMC(ଭୁବନେଶ୍ୱର ମହାନଗର ନିଗମ) ।
BMC କେବଳ ଫାଇନ ଆଦାୟ କରିନି ବରଂ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି । କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ TO-LET ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ବିଏମ୍ସି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1702367390.jpg)