ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି

ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ତାରିଣୀ ମନ୍ଦିର ଭଙ୍ଗାଯାଇଛି

ମାଷ୍ଟର କ୍ୟାଣ୍ଟିନରେ ଥିବା ତାରିଣୀ ମନ୍ଦିର ଉଚ୍ଛେଦ

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିଲା ବିଏମସି । ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ମନ୍ଦିର ଭଙ୍ଗାଯାଇଛି । ଏହକୁ ନେଇ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ୪୦ ବର୍ଷ ଧରି ମନ୍ଦିର ଏହି ସ୍ଥାନରେ ଥିବା ବେଳେ ଏହାକୁ ଉଚ୍ଛେଦ ପାଇଁ ପୂର୍ବରୁ ନୋଟିସ କରା ଯାଇଥିଲା ।

ମେ ୧୯ ଯାଏ କୋର୍ଟଙ୍କ ରହିତାଦେଶ ଥିବା ବେଳେ ମନ୍ଦିର କିଭଳି ଭଙ୍ଗାଗଲା ସେ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ତେବେ ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟକରଣ ଲାଗି ରାସ୍ତା କଡରେ ଥିବା ଏହି ମନ୍ଦିରକୁ ଭଙ୍ଗାଯାଇଛି । ସେପଟେ ସିଭିଲ କୋର୍ଟଙ୍କ ରହିତାଦେଶ ଥିବାବେଳେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଭଙ୍ଗାଯାଇଛି ବୋଲି ବିଏମସି କହିଛି । ଅନ୍ୟପଟେ ମନ୍ଦିର ନିର୍ମାଣ ଲାଗି ଅନ୍ୟ ଏକ ସ୍ଥାନ ବଛା ଯାଇଥିବା ପ୍ରଶାସନ କହିଛି ।