Advertisment

ଭୁବନେଶ୍ୱରରେ ‘ପୁଷ୍ପରାଜ’, ବାହାରେ ପଡ଼ିବନି ଅଳିଆ...

‘ଦିନ ହେଉ କି ରାତି, ମୁଁ ବାହାରେ ଆବର୍ଜନା ଫୋପାଡିବି ନାହିଁ।’ ଅଲ୍ଲୁ ଅର୍ଜୁନଙ୍କ ଫଟୋ ଦେଇ ବିଏମ୍‌ସି ଏହି ସଫେଇ ସ୍ଲୋଗାନ ଦେଇଛି।

ଅଦ୍ୟତନ ହୋଇଛି
BMC Awareness Slogan

BMC Awareness Slogan

Advertisment

‘ମେଁ ଝୁକେଗା ନେହିଁ’...ଫିଲ୍ମ ‘ପୁଷ୍ପା’ର ଏହି ଡାଇଲଗ୍ ଯେତେ ଭାଇରାଲ୍ ହେଉଛି, ସେତେ ଏହାକୁ ନିଜ ଶୈଳୀରେ ଗ୍ରହଣ ବି କରାଯାଉଛି।  ଏବେ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ ସହରବାସୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ନିଆରା ନାରା। 

Advertisment

ଦିନ ହେଉ କି ରାତି ‘Main Kachra Bahar Phekega Nahi’। ଅର୍ଥାତ୍‌ ‘ଦିନ ହେଉ କି ରାତି, ମୁଁ ବାହାରେ ଆବର୍ଜନା ଫୋପାଡିବି ନାହିଁ।’ ଏହି ସ୍ଲୋଗାନକୁ ପୁଷ୍ପା ଷ୍ଟାଇଲ୍‌ରେ ଜଣାଇଛି ବିଏମ୍‌ସି। ଅଲ୍ଲୁ ଅର୍ଜୁନଙ୍କ ଫଟୋ ଦେଇ ବିଏମ୍‌ସି ଏହି ସଫେଇ ସ୍ଲୋଗାନ ଦେଇଛି। ଏହା ପୂର୍ବରୁ ପରିବହନ ବିଭାଗ ପୁଷ୍ପା ଷ୍ଟାଇଲ୍‌ରେ ହେଲମେଟ୍ ପିନ୍ଧିବାକୁ ସ୍ଲୋଗାନ୍ ଦେଇଥିଲା। 

Advertisment

ରାଜ୍ୟ ପରିବହନ ଅଧିକାରୀଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଥିଲା, ‘ପୁଷ୍ପା ହଉ କି ପୁଷ୍ପରାଜ। ବିନା ହେଲ୍‌ମେଟ୍‌ରେ ସମସ୍ତଙ୍କ ଚାଲାଣ କଟିବ। ସମସ୍ତଙ୍କ ପାଇଁ ନିୟମ ସମାନ। ବାଇକ୍‌ ଚଲାଇବା ବେଳେ ସବୁବେଳେ ହେଲ୍‌ମେଟ୍‌ ପିନ୍ଧନ୍ତୁ। ନଚେତ୍‌ ଖାଲି ଆପଣ ଫାଇନ୍‌ କାଟିବେ ନାହିଁ ବରଂ ଆପଣଙ୍କର ଜୀବନକୁ ବିପଦ ମୁହଁକୁ ମଧ୍ୟ ଠେଲି ଦେବେ’। 

BMC Pushpa Swachha Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ