Advertisment

ଶ୍ରୀମନ୍ଦିରରେ ରକ୍ତଛିଟା, ନୀତି ବିଳମ୍ବ

ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା। ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।

ଅଦ୍ୟତନ ହୋଇଛି
Puri Srimandir

Puri Srimandir

Advertisment

ଶ୍ରୀମନ୍ଦିର ଭିତରେ ପଡିଲା ରକ୍ତଛିଟା। ଫଳରେ ଦେଢ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଥିଲା। ଭିତର କାଠ ନିକଟରେ ରକ୍ତଛିଟା ପଡିଥିବାରୁ ଶ୍ରୀଜିଉଙ୍କ ମହାସ୍ନାନ କରାଯାଇଛି। ରକ୍ତଛିଟା ପଡ଼ିବା ଦେଖିବା ପରେ ମହାବାହୁଙ୍କ ସବୁ ନୀତି ବନ୍ଦ କରି ମନ୍ଦିର ଭିତରେ ଶୋଧ କରିବା ସହ ମହାସ୍ନାନ କରାଯାଇଛି।

Advertisment

ଦର୍ଶନ ବନ୍ଦ ଥିବାରୁ ବଡ଼ଦାଣ୍ଡରେ ଖରାରେ ଠିଆ ହୋଇ ଭକ୍ତମାନେ ରହିଥିଲେ। ଦର୍ଶନ ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ପାଣି କିମ୍ବା ଅନ୍ୟାନ ସୁବିଧା କରାଯାଇନଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି। 

Puri Jagannath Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ