Advertisment

ଆଖିରେ ଆଉ ଜ୍ୟୋତି ନାହିଁ, କିନ୍ତୁ ଛାଡୁ ନାହାନ୍ତି ବେଉସା

କଠୋର ପରିଶ୍ରମ ଓ ସମର୍ପଣ ଭାବ କେବେ ବି ବେକାର ଯାଏନି। ଏପରି କଷ୍ଟଦାୟକ ସମୟରେ ବି କଠୋର ପରିଶ୍ରମ କରିବାକୁ ପଡେ। ଏବେ ସୋସିଆଲ୍ ମିଡିଆରେ ଏକ ଦୃଷ୍ଟିହୀନ ବୃଦ୍ଧଙ୍କର ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓ ହେଉଛି ଏହାର ପ୍ରମାଣ। ଏହି ବୃଦ୍ଧ ଜଣକ ନିଜର ଦୃଷ୍ଟିଶକ୍ତି ହରେଇ ବସିଛନ୍ତି, ତଥାପି ସେ ପ୍ରତିଦିନ ପରିଶ୍ରମ କରୁଛନ୍ତି। ବୃଦ୍ଧଙ୍କର ଏହି ଭିଡିଓ ଦେଖିଲା ପରେ ଅନେକ ତାଙ୍କ କଠୋର ପରିଶ୍ରମର ପ୍ରଶଂସା କରୁଛନ୍ତି।

Blind man selling banana chips

Blind man selling banana chips

Advertisment

ନାସିକ : କଠୋର ପରିଶ୍ରମ ଓ ସମର୍ପଣ ଭାବ କେବେ ବି ବେକାର ଯାଏନି। ଏପରି କଷ୍ଟଦାୟକ ସମୟରେ ବି କଠୋର ପରିଶ୍ରମ କରିବାକୁ ପଡେ। ଏବେ ସୋସିଆଲ୍ ମିଡିଆରେ ଏକ ଦୃଷ୍ଟିହୀନ ବୃଦ୍ଧଙ୍କର ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓ ହେଉଛି ଏହାର ପ୍ରମାଣ। ଏହି ବୃଦ୍ଧ ଜଣକ ନିଜର ଦୃଷ୍ଟିଶକ୍ତି ହରେଇ ବସିଛନ୍ତି, ତଥାପି ସେ ପ୍ରତିଦିନ ପରିଶ୍ରମ କରୁଛନ୍ତି। ପରିଶ୍ରମ ହିଁ ତାଙ୍କ ବ୍ରତ ପାଲଟିଛି। ବୃଦ୍ଧଙ୍କର ଏହି ଭିଡିଓ ଦେଖିଲା ପରେ ଅନେକ ତାଙ୍କ କଠୋର ପରିଶ୍ରମର ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ଡିଜିଟାଲ୍ କଣ୍ଟେଣ୍ଟ୍ କ୍ରିଏଟର ସଂସ୍କାର ଖେମାନୀଙ୍କ ଦ୍ୱାରା ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରାଯାଇଛି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୨ ମିଲିୟନରୁ ଅଧିକ ଥର ଦେଖା ସରିଛି।

Advertisment

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଛୋଟ ଭିଡିଓରେ ଦେଖେଇ ଦିଆଯାଇଛି ଯେ ଭାଟିର ଗରମ ଓ ବାମ୍ପ କାରଣରୁ ବୃଦ୍ଧଙ୍କର ଆଖିର ଜ୍ୟୋତି ଚାଲିଯାଇଛି। ନାସିକର ମଖମଲାବାଦ ରୋଡ୍‌ର ରାସ୍ତା କଡରେ ତାଙ୍କର ଏକ ବାନାନା ଚିପ୍ସ ଷ୍ଟଲ୍‌ ଅଛି। ଆଖିର ଜ୍ୟୋତି ଚାଲିଗଲା ପରେ ମଧ୍ୟ ସେ ପୂରା ଜୋସ୍‌ର ସହିତ କଦଳୀ ଚିପ୍ସ କାଟୁଛନ୍ତି ଆଉ ତାକୁ ଗରମ ତେଲରେ ପକେଇ ଛାଣୁଛନ୍ତି। ଛାଣିବା ପରେ ସେ ଗରମ୍ ଚିପ୍ସକୁ ଏକ ବଡ ଜାଗାରେ ପକେଇ ଦେଉଛନ୍ତି। ଏହା ପରେ ତାଙ୍କୁ ସାହାଯ୍ୟ କରୁଥିବା ଜଣେ ପିଲା ଏହାକୁ ମସଲାରେ ଗୋଳେଇ ଏହାକୁ ଏକ ପ୍ଲାଷ୍ଟିକ୍ ଜରିରେ ଭର୍ତ୍ତି କରି ପ୍ୟାକେଟ୍ କରୁଥିବା ଏହି ଭିଡିଓରେ ଦେଖାଯାଏ।

Advertisment

ଏହି ଭିଡିଓ ମାଧ୍ୟମରେ ସଂସ୍କାର ଖେମାନୀ ସେହି ବୃଦ୍ଧଙ୍କର ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବା ଚେଷ୍ଟା କରୁଛନ୍ତି। ସେ ଏହି ଭିଡିଓ ପୋଷ୍ଟ କରି କ୍ୟାପ୍‌ସନରେ ଲେଖିଛନ୍ତି ଯେ “ଏହି ବୃଦ୍ଧଙ୍କୁ ନମସ୍କାର। ଯଦି ଆପଣମାନଙ୍କ ଭିତରୁ କେହି ବି ଏହି ବୃଦ୍ଧଙ୍କୁ ଜାଣିଛନ୍ତି, ତେବେ ତାଙ୍କୁ କୁହନ୍ତୁ ଯେ ଏହି ବୃଦ୍ଧଙ୍କ ଠାରୁ ସେମାନେ କଦଳୀ ଚିପ୍ସ କିଣିବେ। ଆମେ ସମସ୍ତେ ମିଶି ତାଙ୍କ ଦୃଷ୍ଟିଶକ୍ତି ଫେରେଇ ଆଣିନା ନେଇ ତାଙ୍କର ସାହାଯ୍ୟ କରି ପାରିବା।”

Advertisment

ଏହି ଭିଡିଓ ସୋସିଆଲ୍ ମିଡିଆରେ ଏବେ ଖୁବ୍ ଜୋର୍‌ରେ ଭାଇରାଲ ହୋଇଛି। ଲୋକେ ମଧ୍ୟ ଏହି ବୃଦ୍ଧଙ୍କର କଠିନ ପରିଶ୍ରମକୁ ଖୁବ୍ ପ୍ରଶଂସା କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ବହୁତ ବହୁତ ସମ୍ମାନ”। ସେହିପରି ଆଉ ଜଣେ କମେଣ୍ଟ କରି ଲେଖିଛନ୍ତି “ଖାଇବା ବନେଇବାରେ ତାଙ୍କର ସମର୍ପଣକୁ ମୁଁ ଅନୁଭବ କରିପାରୁଛି।”

Nasik Blind Man Selling Banana Chips Blind Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ