Advertisment

କବାଡ଼ି ଖାନାରେ ବିସ୍ଫୋରଣ : ଜଣେ ମୃତ, ଜଣେ ଗୁରୁତର

ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା ।

ଅଦ୍ୟତନ ହୋଇଛି
 blast

blast

Advertisment

ଭଦ୍ରକ ଧାମରା ବଜାରର ଏକ କବାଡ଼ି ଖାନାରେ ହୋଇଥିବା ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ମୃତକ ଜଣକ ହେଲେ ହରିପଦ ରଣା । ଗୁରୁତର ଆହତ ହୋଇଥିବା ଅହମଦ ଅଲି ସାହାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ସଂଧ୍ୟାରେ ସତ୍ୟବାନ କାମିଦିଆ କବାଡ଼ି ଖାନାରେ ହୋଇଥିଲା ଏହି ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା ।

Advertisment

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ସମୟରେ ସତ୍ୟବାନ କାମିଦିଆଙ୍କ କବାଡି ଦୋକାନରେ ହରିପଦ ରଣଆ ଓ ଅହମଦ ଅଲି ସାହା କାମ କରୁଥିଲେ। ସତ୍ୟବାନ ନିଜ ଦୋକାନରେ ଅନୁପସ୍ଥିତ ଥିବା ବେଳେ ହରିପଦ ଓ ଅହମଦ ଗ୍ୟାସ୍‌ କଟର ସାହାଯ୍ୟରେ ଏକ ଜିନିଷ କାଟୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଛି । ଉକ୍ତ ସମୟରେ ହଠାତ୍‌ କଟା ଯାଉଥିବା ଜିନିଷଟି ଫାଟି ଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା।

ସେପଟେ ଘଟଣା ସ୍ଥଳରେ ଧାମରା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କଟା ଯାଉଥିବା ଜିନିଷଟି ଫାଟିଯିବାରୁ ଏପରି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ୍‌ କହିଛି । ପୋଲିସ୍ ଉକ୍ତ କବାଡ଼ି ଦୋକାନକୁ ସିଲ୍‌ କରିଥିବା ବେଳେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବ । ଏହାପରେ ଘଟଣା ସ୍ପଷ୍ଟ ହେବ ବୋଲି କହିଛନ୍ତି ପୁଲିସ୍‌ ଅଧିକାରୀ।

Advertisment

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ କୌଣସି କ୍ଷେପଣାସ୍ତ୍ର କିଛି ଅଂଶ ସମୁଦ୍ରରେ ପଡ଼ିଥିଲା ବୋଲି ଚର୍ଚ୍ଚା ହେଉଛି । ତାକୁ କେହି ଧୀବର ପାଇବା ପରେ ଏହି କବାଡ଼ି ବାଲାକୁ ତାହା ବିକ୍ରି କରିଦେଇଥିଲା । ଆଉ ତା’କୁ ଗ୍ୟାସ କଟରରେ ତାକୁ କଟାଯାଉଥିବା ବେଳେ ବିସ୍ଫୋରଣ ହୋଇଥିବା କୁହାଯାଉଛି । ତେବେ ପ୍ରକୃତରେ ତାହା କଣ, ପୂରାପୁରି ସ୍ପଷ୍ଟ ହୋଇନାହିଁ ।

Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ