Advertisment

କଳା ପଡୁଥିବା ଆଳୁ ଖାଇବାଯୋଗ୍ୟ ନା ନାଇଁ?

ଆଳୁକୁ ଦେଶ ଦୁନିଆରେ ପନିପରିବାର ରାଜା ବୋଲି କୁହାଯାଏ। ପନିପରିବା ବ୍ୟତୀତ ଚିପ୍ସ ଓ ହାଲ୍ୱା ମଧ୍ୟ ଆଳୁରୁ ତିଆରି ହୋଇଥାଏ। ଏହା ବର୍ଷସାରା ଖିଆଯାଉଥିବା ଏକ ପରିବା। କିନ୍ତୁ ଅଫ୍‌ସିଜିନ୍ ତଥା ଯେତେବେଳେ ଆଳୁର ନୂଆ ଫସଲ ଆସିବାକୁ ଥାଏ ସେତେବେଳେ ପୁରୁଣା ଆଳୁରେ ଏକା ପ୍ରକାର ସମସ୍ୟା ଦେଖାଦେଇଥାଏ। ତାହା ହେଉଛି, ଉପରୁ ଭଲ ଦେଖାଯାଉଥିବା ଏକ ସତେଜ ଆଳୁକୁ କାଟିଦେଲା ପରେ ତା ଭିତରେ କିଛି କଳା କଳା ଦେଖାଯାଏ। ଏହା ସମସ୍ତେ ଜାଣନ୍ତି। କିନ୍ତୁ ଅଧିକାଂଶ ଜାଣନ୍ତି ନାହିଁ ଏହା ଭଲ କି ଖରାପ। ତେବେ ଆସନ୍ତୁ ଜାଣିବା ଆଳୁରେ ଦେଖାଯାଉଥିବା ଏହି କଳା ଅଂଶ କ’ଣ? ଏହା ଆଳୁ ନଷ୍ଟ ହେବାର ଲକ୍ଷଣ କି?

Black in Potato, good or bad

Black in Potato, good or badକଳା ପଡୁଥିବା ଆଳୁ ଖାଇବାଯୋଗ୍ୟ ନା ନାଇଁ?

ଦେଖିବାକୁ ଗଲେ ଆଳୁ ଭିତର କଳା ପଡିବାର ଅନେକଗୁଡିଏ କାରଣ ରହିଛି। ସବୁଠାରୁ ସାଧାରଣ କାରଣ ହେଉଛି ଦୀର୍ଘ ଦିନ ଧରି ଆଳି ଥଣ୍ଡା ଜାଗାରେ ରହିଛି ଏଭଳି କଳା ପଡିଥାଏ। ଅଫ୍ ସିଜିନ୍‌ରେ କ’ଣ କରାଯାଏ ନା ଶୀତଳ ଭଣ୍ଡାରରେ ରହିଥିବା ଆଳୁକୁ ବଜାର ପ୍ରବେଶ କରାଯାଏ। ବର୍ତ୍ତମାନ ଆଳୁର ଅଫ୍‌ ସିଜିନ୍ ଚାଲୁଥିବାରୁ ବଜାରରେ ପ୍ରଚୁର ପରିମାଣର ଶୀତଳ ଭଣ୍ଡାରରେ ଥିବା ଆଳୁ ଉପଲବ୍ଧ ହେଉଛି। ଫଳରେ ଏହି ଆଳୁଗୁଡିକର ଭିତରେ କଳା ଅଂଶ ଦେଖାଯାଉଛି।

Advertisment

ତେବେ ଏଠାରେ ପ୍ରଶ୍ନ ଯେ ଏଭଳି ଆଳୁ ଖାଇବା ଠିକ୍ ନା ଏହାକୁ ଫିଙ୍ଗିଦେବା ଉଚିତ। କଳା ପଡିଯାଇଥିବା ଆଳୁ ସାଧାରଣ ଆଳୁ ଅପେକ୍ଷା ସାମାନ୍ୟ ମିଠା ହୋଇପାରେ। ତେବେ ସେହି କଳା ଅଂଶକୁ କାଟି ଫିଙ୍ଗିଦେବା ସହ ସେହି ଆଳୁକୁ ରୋଷେଇ କରାଯାଇପାରେ। ମୋଟ ଉପରେ ଦେଖିବାକୁ ଗଲେ ଆଳୁ ଭିତର କଳା ପଡିଯିବା ମାନେ ନୁହେଁ ଯେ ଏହା ଖରାପ ହୋଇଯାଇଛି। ଥଣ୍ଡା ସ୍ଥାନରେ ରହି ଆଳୁ କଳାପଡିବାକୁ ଆଧୁନିକ ଭାଷାରେ ‘ଚିଲିଂ ଇଞ୍ଜୁରୀ' ବୋଲି କୁହାଯାଏ।

ଯଦି ଆପଣ ଏହାକୁ ପରୀକ୍ଷା କରିବାକୁ ଚାହାଁନ୍ତି, ତେବେ ଘରେ ଆଳୁକୁ ଫ୍ରିଜ୍‌ରେ ରଖି ଦେଖିପାରିବେ। କିଛି ଦିନ ପରେ ଆଳୁ ଓ ଅନ୍ୟକିଛି ପନିପରିବା ଭିତରେ ଏହି କଳା ଅଂଶ ମଧ୍ୟ ସୃଷ୍ଟି ହୋଇଥାଏ। ଏପରି ପନିପରିବା ଖରାପ ଦେଖାଯାଏ କିନ୍ତୁ ଏହା ସେପରି ନୁହେଁ। ସେଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ଆଦୌ କ୍ଷତିକାରକ ନୁହେଁ।

Advertisment

ପ୍ରକୃତରେ ଯେତେବେଳେ ଆଳୁକୁ କମ୍ ତାପମାତ୍ରାରେ ରଖାଯାଏ, ଆଳୁ ଭିତରେ ଥିବା ଷ୍ଟାର୍ଚ ସୁଗାରରେ ପରିଣତ ହୁଏ। ଏପରି ପରିସ୍ଥିତିରେ ଆଳୁ ସାଧାରଣ ଅପେକ୍ଷା ମିଠା ଲାଗେ। କିନ୍ତୁ ଷ୍ଟାର୍ଚ ସୁଗାରରେ ପରିଣତ ହେବାର ଏହି ପ୍ରକ୍ରିୟାକୁ ମଧ୍ୟ ପୁନର୍ବାର ମୂଳ ଅବସ୍ଥାକୁ ଅଣାଯାଇପାରେ। ଯଦି ଆଳୁକୁ ଫ୍ରିଜରୁ କିମ୍ବା ଥଣ୍ଡା ସ୍ଥାନରୁ ବାହାର କରି ସାଧାରଣ ତାପମାତ୍ରାରେ ରଖାଯାଏ ଏହା କିଛି ଦିନ ପରେ ସ୍ୱାଭାବିକ ଅବସ୍ଥାକୁ ଚାଲିଆସେ।

Health Life Style Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ