ଆଜିକାଲି ଯୁଗରେ ସବୁକିଛି ଅନଲାଇନ୍ ହୋଇଯାଇଛି । ଜିନିଷ କିଣିବାଠାରୁ ଆରମ୍ଭ କରି ବିଲ୍ ପେ ପର୍ଯ୍ୟନ୍ତ ସବୁକିଛି ଅନ୍ଲାଇନ୍ ମାଧ୍ୟମରେ କରାଯାଉଛି । ତେଣୁ ଏବେ ସବୁଠି ଅନ୍ଲାଇନ୍ କାରବାର କରାଯାଉଛି । ଏହାରି ମଧ୍ୟରେ ଅନେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଏହାର ଫାଇଦା ଉଠାଇ ଗ୍ରାହକଙ୍କୁ ଠକିଥାନ୍ତି । ଠିକ୍ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ହରିୟାଣାର ରେୱାରି ଅଞ୍ଚଳର ଜଣେ ବିଜେପି ନେତା ସୁନୀଲ ମୁସେପୁର ଅନ୍ଲାଇନ୍ ଠକେଇର ଶିକାର ହୋଇଛନ୍ତି ।
ସୁନୀଲ ଅନ୍ଲାଇନ୍ ସପିଙ୍ଗ୍ ଆପ୍ ଆମାଜୋନ୍ (Amazon) ରେ ୩୦ ହଜାରର ଏକ ସାଉଣ୍ଟ ସିଷ୍ଟମ ଅର୍ଡର କରିଥିଲେ । ହେଲେ ଯେତେବେଳେ ତାଙ୍କ ପାଖକୁ ଏକ ବକ୍ସ ଆସିଲା ଯେଉଁଥିରେ ସାଉଣ୍ଟ ସିଷ୍ଟମ ବଦଳରେ କାର୍ଡବୋର୍ଡ ପରି କବାଡି ଜିନିଷ ଥିଲା ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ କିଛିଦିନ ପୂର୍ବରୁ ରେୱାରୀ ସହରର ସେକ୍ଟର ୧ ବାସିନ୍ଦା ବିଜେପି ନେତା ସୁନୀଲ ମୋସେପୁର ଲୋକପ୍ରିୟ ସପିଂ ସାଇଟ୍ ଆମାଜନରୁ ପ୍ରାୟ ୩୦ ହଜାର ମୂଲ୍ୟର ଏକ ସାଉଣ୍ଡ ସିଷ୍ଟମ ଅର୍ଡର କରିଥିଲେ । ଆଜି ଡେଲିଭରି ବୟେ ଆସି ତାଙ୍କୁ ତାଙ୍କ ଅର୍ଡର ଦେଇଥିଲା । ସୁନୀଲ ଅନଲାଇନ୍ ଠକେଇ ବିଷୟରେ ଅବଗତ ଥିଲେ। ସେଥିପାଇଁ ସେ ଡେଲିଭରି ବୟେର ସାମ୍ନାରେ ହିଁ ବାକ୍ସ ଖୋଲିଥିଲେ । ଯାହା ପରେ ବକ୍ସ ଭିତରେ ଥିବା ଜିନିଷକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।
Also Read
ବାକ୍ସ ଭିତରେ ସାଉଣ୍ଡ ସିଷ୍ଟମ ପରିବର୍ତ୍ତେ ଜଙ୍କ, କାର୍ଡବୋର୍ଡ ପରି କବାଡି ଜିନିଷ ବାହାଥିଲା । ଯାହାକୁ ଦେଖିବା ମାତ୍ରେ ଠକାମୀର ଶିକାର ହୋଇଥିବା ସୁନୀଲ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।
ଏନେଇ ଡେଲିଭରି ବୟେ ସନ୍ଦୀପ କହିଛନ୍ତି ଯେ, କମ୍ପାନୀର ଗୋଦାମରୁ ସାମଗ୍ରୀ ବିତରଣ କରିବାକୁ ତାଙ୍କୁ ଦିଆଯାଉଛି। ବାକ୍ସ ଭିତରେ କଣ ରହିଛି ତାହା ସେମାନେ ଅବଗତ ନୁହଁନ୍ତି । ସେମାନେ କେବଳ ତାଲିକା ଅନୁଯାୟୀ ସାମଗ୍ରୀ ବିତରଣ କରିଥାନ୍ତି ।
ତେବେ ଘଟଣାରେ ପୋଲିର ତଦନ୍ତ ଜାରି ରହିଛି । ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।