Advertisment

ଶାସକ ଦଳ ଓ ଅଫିସରଙ୍କ ମଧ୍ୟରେ ଅଛି କି ମଧୁଚନ୍ଦ୍ରିକା?

ଏଥିରୁ ପ୍ରମାଣିତ ହେଉଛି ବିଜେଡି ଜିତୁ ବୋଲି ଅଫିସରମାନେ ଚାହୁଁଥିଲେ।

ଅଦ୍ୟତନ ହୋଇଛି
undefined

BJP Condemns Babus' Meet With Naveen

Advertisment

ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବୃହତ୍ ବିଜୟ ପରେ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଆଇପିଏସ୍ ଅଫିସରମାନେ ବି ମୁଖ୍ୟମନ୍ତ୍ରୀ ଭେଟି ଜଣାଇଲେ ଅଭିନନ୍ଦନ। ଏପରିକି ବିଭିନ୍ନ ସଂଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଭ୍ରିି ସାଇନ୍ ବି ଦେଖାଇଥିଲେ ଯାହାକୁ ନେଇ ଦେଖାଦେଇଛି ବିବାଦ। ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ଦୃଢ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। ଦଳ ଅଭିଯୋଗ କରିଛି ଅଫିସରମାନେ ଯାହା କଲେ, ତାହା ଓଡ଼ିଶା ପ୍ରଶାସନିକ ଇତିହାସରେ କେବେ ହୋଇନଥିଲା।

Advertisment

ପଦ ମର୍ଯ୍ୟାଦା ଓ ଲକ୍ଷ୍ମଣ ରେଖାକୁ ଅଫିସରମାନେ ଉଲ୍ଲଂଘନ କରିଛନ୍ତି। ଏପରିକି ଶାସକ ଦଳ ଓ ଅଫିସରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ବି ଦଳ ଅଭିଯୋଗ କରିଛି। ଏଥିରୁ ବିଜେଡି ଅମଲାତନ୍ତ୍ରକୁ ବ୍ୟବହାର କରି  ନିର୍ବାଚନ ଜିତିଥିବା ସ୍ପଷ୍ଟ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଓଡ଼ିଶାବାସୀଙ୍କ ଆଗରେ ସେମାନେ କ୍ଷମା ମାଗିବା ଦରକାର ବୋଲି ଦାବି କରିଛି ଦଳ। କଂଗ୍ରେସ୍ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଏଭଳି ଭୁଲ୍ କରିବା ଉଚିତ ନୁହେଁ ବୋଲି କହିଛି। ଜବାବରେ ବିଜେଡି କହିଛି, ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ଏଥିରେ କୌଣସି ଅସୁବିଧା ନାହିଁ।

ସେପଟେ ପଂଚାୟତ ଓ ପୌର ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରମାନେ ଭେଟି ଅଭିନନ୍ଦନ କରିବା କଥାକୁ ଅସ୍ୱୀକାର କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କହିଛନ୍ତି, ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିବାକୁ ଅଫିସରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଘଟଣା ସଂପର୍କରେ ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ କହିଛନ୍ତି, ଏଥିରୁ ପ୍ରମାଣିତ ହେଉଛି ବିଜେଡି ଜିତୁ ବୋଲି ଅଫିସରମାନେ ଚାହୁଁଥିଲେ। ସେପଟେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ  କହିଛନ୍ତି, ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା। ଅଫିସରମାନେ ରାଜନୀତିଠାରୁ ଦୂରରେ ରହିବା ଉଚିତ୍। ଘଟଣାକୁ ନେଇ ବିବାଦ ବଢୁଥିବା ବେଳେ ଏ ନେଇ କିନ୍ତୁ ଆଇଏଏସ୍, ଆଇପିଏସ୍ କିମ୍ବା ଅନ୍ୟ କୌଣସି ସଂଘର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ: ସୌମ୍ୟରଂଜନ ସାହୁ ଓ ହରିହର ଚାନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ