Advertisment

ମଧ୍ୟ ରାତ୍ରରେ ଫ୍ୟାନ୍ସଙ୍କୁ ନିଜ ରୁମ୍‌ ବୁଲି ଦେଖାଇଲେ ଅନୁଭବ, କହିଲେ ଶେଷ ଇଚ୍ଛା...

ପୁଣି ସୋସିଆଲ୍‌ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
BJD MP Anubhav Mohanty Said His Last Wish

BJD MP Anubhav Mohanty Said His Last Wish

Advertisment

ପୁଣି ସୋସିଆଲ୍‌ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି। ଭିଡିଓରେ ଅନୁଭବ ଫ୍ୟାନ୍ସ ଓ ଶୁଭେଚ୍ଛୁଙ୍କୁ ନିଜ ରୁମ୍‌ ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସମ୍ପର୍କରେ କହିଛନ୍ତି। ଏହି ଅବସରରେ ସେ ପରିବାର ସଦସ୍ୟଙ୍କ ସହ କଟାଇଥିବା ଖୁସିର ମୁହୂର୍ତ୍ତ ବର୍ଣ୍ଣନା କରିବା ସହ କିଛି ଫଟୋ ଫ୍ରେମ୍‌ ମଧ୍ୟ ଦେଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏଥିରେ ସେ ପରିବାର ସଦସ୍ୟଙ୍କ ସହ ଉଠାଇଥିବା ଫଟୋରେ ନଜର ଆସିଛନ୍ତି।

Advertisment

ଭିଡିଓରେ ଅନୁଭବ ତାଙ୍କ ଶେଷ ଇଚ୍ଛା କହିବା ସହ ଫ୍ୟାନ୍ସ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ଆଉ ମରିବାକୁ ନେଇ ମୋତେ ଡରାଅ ନାହିଁ। ମୁଁ ମଲା ଲୋକ ଭଳି ବଞ୍ଚିଛି। ତେଣୁ ମୁଁ ମରିବାକୁ ଆଉ ଡରୁ ନାହିଁ।’ 

ଅଭନୁଭବ ଆହୁରି କହିଛନ୍ତି, ସବୁ ମଣିଷଙ୍କ ଭଳି ମୋର ମଧ୍ୟ ଶେଷ ଇଚ୍ଛା ଅଛି। ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଇଚ୍ଛା ପୁରଣ ହେଉ। ଏହାପରେ ମୁଁ ଆଉ କିଛି କହିବାକୁ ଚାହୁଁନି। ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟୋଦୟ ହେବ। ହୁଏତ କାଳେ ମୋ ଶେଷ ପୂର୍ବରୁ ସୂର୍ଯ୍ୟୋଦୟ ମୁଁ ଦେଖିବି।’

Advertisment

‘ଜୀବନରେ ମୁଁ ଏତିକି ଶିଖିଲି ଯେତେବେଳେ ନିଜ ରକ୍ତ ସାଥ୍‌ ଦିଏ ନାହିଁ, ତାକୁ ଧରିକି କାନ୍ଦିବା ଉଚିତ୍‌ ନୁହେଁ। ଏଭଳି କଠିନ ସମୟରେ ନିଜ ରକ୍ତ ନହୋଇ ମଧ୍ୟ ଯେଉଁମାନେ ସାଥ୍‌ ଦିଅନ୍ତି ତାଙ୍କୁ ମଲା ପର୍ଯ୍ୟନ୍ତ ଭୁଲିବା କଥା ନୁହେଁ’ ବୋଲି ଅନୁଭବ କହିଛନ୍ତି। 

Advertisment

ସୂଚନାଥାଉ କି, ନିକଟରେ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍‌ କରିଥିଲେ। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଥିଲା। କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Anubhav Mohanty Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ