Advertisment

ଡିଲିଟ୍ ହେଇଯିବ କି ଅନୁଭବଙ୍କ ୟୁଟ୍ୟୁବ୍ ଓ ଫେସବୁକ୍ ? ଫସି ଯିବେ କି ଫ୍ୟାନ୍ ?

ପତ୍ନୀଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ହରଡ଼ଘଣାରେ। ବର୍ଷାଙ୍କ ଏତଲା ଭିତ୍ତିରେ ସାଇବର ଥାନା ପୋଲିସ ଆଇପିସିର ଧାରା ୫୦୯ ଓ ଆଇଟି ଆଇନରେ ମାମଲା ରୁଜୁ କରିଛି।

BJD MP Anubhav Mohanty In Trouble

BJD MP Anubhav Mohanty In Trouble

Advertisment

ପତ୍ନୀଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ହରଡ଼ଘଣାରେ। ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କ ବୈବାହିକ ସଂପର୍କ ବିଷୟରେ ଭିଡିଓରେ କହିବା ଏହି ବିଜେଡି ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିପାରେ। କାରଣ ଏହା ବିରୋଧରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।

Advertisment

ବର୍ଷା ଆପତ୍ତି ଉଠାଇଛନ୍ତି ଯେ, ତାଙ୍କ ମାନହାନି ହେଲା ଭଳି ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଉଛି। ସୋସିଆଲ ମିଡିଆରେ ଯେଉଁମାନେ ଭିଡିଓ ଛାଡୁଛନ୍ତି କିମ୍ବା ୟାଡୁ ସାଡୁ ଲେଖୁଛନ୍ତି, ସେମାନେ ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବା ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କ ଏତଲା ଭିତ୍ତିରେ ସାଇବର ଥାନା ପୋଲିସ ଆଇପିସିର ଧାରା ୫୦୯ ଓ ଆଇଟି ଆଇନରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ, ବର୍ଷାଙ୍କ ସ୍ୱାମୀ ତଥା ଶାସକ ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଇତିମଧ୍ୟରେ ୩ଟି ଭିଡିଓ ତାଙ୍କ ନାଁରେ ଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପତ୍ନୀ ବର୍ଷାଙ୍କ ସହ ତାଙ୍କ ବୈବାହିକ ସଂପର୍କର ଗୁମର, ପାରିବାର ଭିତିରି କଥା ବିଷୟରେ ପଦାକୁ ଆଣିଛନ୍ତି। ଅନୁଭବ ଦୁଇଟି ଭିଡିଓ ଛାଡ଼ିବା ପରେ, ଏହା ବିରୋଧରେ କଟକର ପୁରୀଘାଟ ଥାନାରେ ବର୍ଷା ଏକ ଏତଲା ଦେଇଥିଲେ। ଏହା ପରେ ପରେ ହିଁ ଅନୁଭବ ପୁଣି ତାଙ୍କ ତୃତୀୟ ଭିଡିଓ ଛାଡ଼ିଥିଲେ।

Advertisment

ତେବେ ଅନୁଭବ ଭିଡିଓ ଛାଡ଼ିବା ପରେ ତାଙ୍କ ଫ୍ୟାନମାନେ ସୋସିଆଲ୍ ମିଡିଆରେ ଏହାକୁ ନେଇ ତତ୍ପର ହୋଇପଡିଥିଲେ। ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅନୁଭବଙ୍କ ପ୍ରଶଂସକମାନେ ବର୍ଷାଙ୍କୁ ବିରୋଧ କରି ଅନେକ ଭିଡିଓ ଏବଂ ଲେଖା ଓ ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ଯାହା ଉପରେ ବର୍ଷା ପ୍ରିୟଦର୍ଶିନୀ ଆପତ୍ତି ଉଠାଇଛନ୍ତି।

ଏବେ ପ୍ରଶ୍ନ ଉଠୁଛି, ଆଇଟି ଆଇନ୍ ଆଧାରରେ ପୋଲିସ୍ ମାମଲା ରୁଜୁ କରିଥିବାରୁ, ଅନୁଭବ ଓ ତାଙ୍କ ପ୍ରଶଂସକଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ପ୍ରଭାବିତ ହେବ କି? ପୋଲିସ୍ ସେମାନଙ୍କ ୟୁଟ୍ୟୁବ୍, ଫେସବୁକ୍ ଓ ଇନଷ୍ଟା ଆକାଉଣ୍ଟ ସବୁକୁ ଖୋଜି ଖୋଜି ଡିଲିଟ୍ କରିବ କି? କିମ୍ବା ସେମାନଙ୍କୁ ଖୋଜି ଖୋଜି ବାନ୍ଧିବ କି?

Advertisment
Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ