Advertisment

ବିଦ୍ୟୁତ ବିଭ୍ରାଟ : ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ

ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଅଦ୍ୟତନ ହୋଇଛି
Amar Patnaik

Amar Patnaik

Advertisment

ବିଦ୍ୟୁତ୍ ବିଭ୍ରାଟ ନେଇ ଟାଟା ପାୱାର ଉପରେ ବର୍ଷିଲେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ । ଲୋଡ଼ ବାଲାନ୍ସିଂ ଠିକ ସେ ହୋଇପାରୁ ନଥିବାରୁ ଲାଇନ କଟୁଥିବା ସେ କହିଛନ୍ତି । ବିଦ୍ୟୁତ ବିତରଣରେ ଗ୍ୟାପ୍ ବା ସଟଫଲ ରହୁଥିବାରୁ ସେଇଟାକୁ ଟାଟା ପାୱାର ଟାଇମ ଟୁ ଟାଇମ ରିଭ୍ୟୁ କରୁନି । ସେହିପରି ସମୟ ଅନୁସାରେ ଅପଗ୍ରେଡ଼ ବି କରାଯାଉନି । ସେଇଟା କରିବାର ଏବେ ସମୟ ଆସିଛି ।

Advertisment

ଛୋଟଠୁ ବଡ଼ ସବୁ ପ୍ରକାର ବିପର୍ଯ୍ୟୟ ସ୍ଥିତିକୁ ନେଇ ଡିଜାଷ୍ଟାର ସିନାରିଓ ପ୍ଲାନ କରାଯାଏ । ହେଲେ ଏଥର ସେସବୁ ଦେଖିବାକୁ ମିଳିଲାନି । ଯଦି ଟାଟା ପାୱାର ସବୁ ପ୍ରକାର ଡିଜାଷ୍ଟର ପ୍ଲାନ କରିପାରିବ, ତେବେ ତାପ୍ରତି ଲୋକଙ୍କ ଆସ୍ଥା ବଢିବ । ଲୋକମାନେ ବି ଜାଣି ପାରିବେ କେତେ ଘଣ୍ଟା ଭିତରେ ତାଙ୍କୁ ବିଜୁଳି ମିଳିବ । ଯେଉଁ କର୍ମଚାରୀ ବି ଅଛନ୍ତି ତାଙ୍କ ଉପରେ ଏକପ୍ରକାର ଚାପ ରହିବ କି ଏତିକି ସମୟ ଭିତରେ ଆମକୁ କାମ ଶେଷ କରିବାକୁ ପଡ଼ିବ ।

ରାଜ୍ୟ ସରକାର ଜାତୀୟ ବିପତ୍ତିକୁ ସଫଳତାର ସହ ମୁକାବିଲା କରିପାରୁଛନ୍ତି । ହେଲେ ଟାଟା ପାୱାର ଗୋଟେ ଘରୋଇ ସଂସ୍ଥା ହୋଇ କରିପାରୁନି, ସେଇଟା ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଅମର ପଟ୍ଟନାୟକ କହିଛନ୍ତି । ଏହାପୂର୍ବରୁ ବି ବିଭିନ୍ନ ସମୟରେ ବିଦ୍ୟୁତ କାଟ ନେଇ ପ୍ରତିକ୍ରିୟା ରଖିଆସିଛନ୍ତି ଅମର ପଟ୍ଟନାୟକ ।

Advertisment

ସେପଟେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଯେପରି ମୌନବ୍ରତ କରିଛନ୍ତି । ଶକ୍ତିମନ୍ତ୍ରୀ ଗଣମାଧ୍ୟମର ପ୍ରଶ୍ନକୁ ଆଡେଇ ଯାଇଛନ୍ତି । ଆଜି ଶେଷ ରଥ ସମନ୍ୱୟ ବୈଠକ ଅବସରେ ରଥଯାତ୍ରା ବେଳେ ବିଦ୍ୟୁତ ପରିଚାଳନା ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାରୁ ମୁହଁ ଖୋଲିନଥିଲେ ମନ୍ତ୍ରୀ ।

ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ, ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ତେବେ ଏହି ସମୟରେ କେମିତି ରହିବ ବିଦ୍ୟୁତ ପରିଚାଳନା, କଣ ପଦକ୍ଷେପ ନେଇଛି ଶକ୍ତି ବିଭାଗ ? ଏନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିବା ବେଳେ, ମନ୍ତ୍ରୀ କିନ୍ତୁ ମୁହଁ ନଖୋଲି ସିଧା ଗାଡ଼ିରେ ବସି ପଳାଇଥିବା ଦେଖିବାକୁ ମିଳିଛି ।..

Advertisment
TATA Power Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ