Advertisment

‘ମୋ ଝିଅକୁ ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବି’

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ସୁଇସାଇଡ୍ ନୋଟ୍‌ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଅଦ୍ୟତନ ହୋଇଛି
Tension after Class IV girl 'beaten up' by fake teacher in Bolangir

BJB College Girl Student Commits Suicide Updates

Advertisment

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ଝିଅକୁ ନ୍ୟାୟ ଦାବିରେ ବିଜେବି କଲେଜ ଫାଟକ ଆଗରେ ରୁଚିକାଙ୍କ ବାପା ଓ ମାଆ ଧାରଣା ଦେଇଛନ୍ତି।  

Advertisment

ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ନବ ନିର୍ମାଣ ଛାତ୍ର ସଂଗଠନ ଦାବି କରିଛନ୍ତି। ଏହି ଧାରଣାରେ ରୁଚିକାଙ୍କ ଗାଁ ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ଆଠଗଡ଼ କଖଡ଼ିରେ କ୍ୟାଣ୍ଡେଲ ରାଲି କରିଛନ୍ତି ଗ୍ରାମବାସୀ।

ସୁଇସାଇଡ୍ ନୋଟ୍‌ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଯେପର୍ଯ୍ୟନ୍ତ ସେହି ୩ ସିନିୟରଙ୍କୁ ଗିରଫ କରାଯାଇନି ଓ ମୋ ଝିଅକୁ ନ୍ୟାୟ ମିଳିନି ସେପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ରୁଚିକାଙ୍କ ମାଆ କହିଛନ୍ତି। 

Advertisment

ସୂଚନାଥାଉ କି, ଶନିବାର ଦିନ ରୁଚିକାଙ୍କ ରୁମ୍ ମେଟ୍‌ମାନେ କଲେଜକୁ କ୍ଲାସ୍ ପାଇଁ ଯାଇଥିଲେ ମଧ୍ୟ ରୁଚିକା ସେମାନଙ୍କ ସହ ଯାଇନଥିଲେ। ଏହାର କିଛି ସମୟ ପରେ ରୁମ୍ ଭିତରୁ କବାଟ ବନ୍ଦ କରି ସେ ଫ୍ୟାନ୍‌ରେ ରଶି ଲଗାଇ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। କଟକ ଫୁଲନଖରାର ରୁଚିକା UPSC ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ। 

BJB College Student Suicide BJB College Student Suicide Say No To Ragging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ