Advertisment

ଗୋଟିଏ ଜାଗାରେ କୋଟି କୋଟି ଜୁଳୁଜୁଳିଆ ପୋକ: ଝଲସୁଛି ପୂରା ଅଞ୍ଚଳ

ଜୁଳୁଜୁଳିଆ ପୋକମାନଙ୍କର ଏକ ବିରଳ ସମାଗମ ଦେଖିବାକୁ ମିଳିଛି। କୋଟି କୋଟି ଜୁଳୁଜୁଳିଆ ପୋକ ଏକାଠି ହୋଇଯାଇଛନ୍ତି। ସେମାନଙ୍କ ଆଲୋକର ଝଲକରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Billions of fireflies illuminate an Indian wildlife sanctuary

Billions of fireflies illuminate an Indian wildlife sanctuary

Advertisment

ଦୁନିଆର ଅନେକ ସ୍ଥାନରେ ଏକ ଗ୍ରୀଷ୍ମ ସନ୍ଧ୍ୟାକୁ ମନୋରମ କରିଦିଅନ୍ତି ଜୁଳୁଜୁଳିଆ ପୋକ। ବାୟୋଲୁମାଇନ୍ସେନ୍ସ ନାମକ ଏକ ପ୍ରକ୍ରିୟା ଦ୍ୱାରା ଏହି ପୋକମାନେ ପେଟର ଏକ ଅଂଶରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରନ୍ତି ଯାହାକି ଆଲୋକର ଝଲକ ସୃଷ୍ଟି କରେ। ତେବେ ନିକଟରେ ଏହି ଜୁଳୁଜୁଳିଆ ପୋକମାନଙ୍କର ଏକ ବିରଳ ସମାଗମ ଦେଖିବାକୁ ମିଳିଛି। କୋଟି କୋଟି ଜୁଳୁଜୁଳିଆ ପୋକ ଏକାଠି ହୋଇଯାଇଛନ୍ତି। ସେମାନଙ୍କ ଆଲୋକର ଝଲକରେ ଏକ ଅଦ୍ଭୁତ ପରିବେଶ  ସୃଷ୍ଟି ହୋଇଛି।

Advertisment

ଭାରତର ପଶ୍ଚିମ ତାମିଲନାଡୁର ଅନାମଲାଇ ଟାଇଗର ରିଜର୍ଭରେ କୋଟି କୋଟି ଜୁଳୁଜୁଳିଆ ପୋକଙ୍କ ଏକ ବିରଳ ସମାବେଶକୁ କ୍ୟାମେରାରେ କାବୁ କରିଥିଲେ ଚଳଚ୍ଚିତ୍ର ନିର୍ମାତା ଶ୍ରୀରାମ ମୁରଲୀ।

ଗତିଶିଳ ପ୍ରତିଛବି ଏବଂ ଫଟୋଗ୍ରାଫିର ଏକ ମିଶ୍ରଣ ମାଧ୍ୟମରେ ଗଛଗୁଡିକ ଉପରେ ଆଚ୍ଛାଦିତ ହୋଇଯାଇଥିବା ଏହି ଅସଂଖ୍ୟ ଜୁଳୁଜୁଳିଆ ପୋକଙ୍କୁ ମୁରଲୀ ରେକର୍ଡ କରିନେଇଥିଲେ। ଏହି ପୋକଗୁଡିକ ଏଭଳି ଭାବରେ ନିଜର ଆଲୋକ ସୃଷ୍ଟି କରୁଥିଲେ ଯେ ସତେଯେପରି ଲାଗୁଥିଲା ଜଙ୍ଗଲ ଉପରେ ଆଲୋକର ତରଙ୍ଗ ଖେଳିଯାଉଛି।

Advertisment

ସେମାନଙ୍କ ପାଖରୁ ବାହାରୁଥିବା ଆଲୋକର ରଙ୍ଗ, ଉଜ୍ଜ୍ୱଳତା ଏବଂ ଦୈର୍ଘ୍ୟ ପ୍ରତ୍ୟେକ ପ୍ରଜାତି ପାଇଁ ଭିନ୍ନ ଭିନ୍ନ ହୋଇଥାଏ। ଏହି ଆଲୋକ ସେମାନଙ୍କ ପୁରୁଷ ଏବଂ ସ୍ତ୍ରୀ ସଙ୍ଗୀମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରେ। ତେବେ ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଅନ୍ଧକାର ଏକ ଆବଶ୍ୟକୀୟ ଉପାଦାନ ହୋଇଥାଏ।

ଗତ ଦଶ ବର୍ଷ ଧରି ମୁରଲୀ ଏକ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଆଲୋକ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିଆସୁଛନ୍ତି। ସଂରକ୍ଷିତ ସ୍ଥାନ ଏବଂ ଏହାର ରାତିକାଳିନ ଜୀବଜନ୍ତୁ ଉପରେ ଧ୍ୟାନ ଦେଇ ସେ ପ୍ରାକୃତିକ ପରିବେଶର ଅନ୍ଧକାରକୁ ଆଲୋକିତ କରିବାକୁ ଆଶା ରଖିଛନ୍ତି।

Advertisment

ପାର୍କର ପରିବେଶକୁ ଅଧ୍ୟୟନ କରିବା ଏବଂ ସେଠାରେ ଉପସ୍ଥିତ ଥିବା ବିଭିନ୍ନ ପ୍ରକାରର ଜୁଳୁଜୁଳିଆ ପୋକଙ୍କୁ ଚିହ୍ନିବା ନେଇ ସେ ବନ୍ୟଜନ୍ତୁ ସଂରକ୍ଷଣର ବୈଜ୍ଞାନିକ ଏବଂ ବନ ଅଧିକାରୀଙ୍କ ସହଯୋଗ ନେଉଛନ୍ତି।

Ajab Gajab Billions Of Fireflies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ