Advertisment

Bike Tips: ଆପଣଙ୍କ ବାଇକ୍‌ ବି ଦେବ ଭଲ ମାଇଲେଜ୍‌; ବାସ୍‌ ଆପଣାନ୍ତୁ ଏହି ଛୋଟିଆ ଟିପ୍ସ

ଆପଣ ଜାଣନ୍ତିକି... ଆପଣଙ୍କ ବାଇକ୍‌ କପରି ଭଲ ମାଇଲେଜ୍‌ ଦେବ ? ଆଉ ବାଇକ୍‌ର ଟାୟାର ପ୍ରେସର ସପ୍ତାହକୁ ଥରେ ଯାଞ୍ଚ କରିବା ଦ୍ୱାରା ଆପଣଙ୍କୁ କେଉଁ ସବୁ ଲାଭ ମିଳିବ ।

ଅଦ୍ୟତନ ହୋଇଛି
Tips For Bike

Bike Tips

Advertisment

ଆଜିକାଲି ବାଇକ୍‌ ଚଳାଇବା ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ଲୋକଙ୍କ ଦୈନନ୍ଦିକ କାର୍ଯ୍ୟରେ ବାଇକ୍‌ର ବ୍ୟବହାର ହେଉଛି । ଆଉ ପ୍ରାୟ ପ୍ରତିଟି ଘରେ ବାଇକ୍‌ ରହିଛି । ହେଲେ ନିଜର ବାଇକ୍‌କୁ ନେଇ ଅନେକ ଲୋକ ଅନେକ ସମୟରେ ବହୁତ କିଛି ଅଭିଯୋଗ କରିଥା’ନ୍ତି ।

Advertisment

ଯେପରିକି, ବାଇକ୍‌ର ମାଇଲେଜ୍‌, ସର୍ଭିସିଂ, ବାରମ୍ବାର ଖରାପ ପରି ଅନେକ ସମସ୍ୟାକୁ ନେଇ ସେମାନଙ୍କ ଅଭିଯୋଗ ରହିଥାଏ । ତେବେ ଆପଣ ଜାଣନ୍ତିକି... ଆପଣଙ୍କ ବାଇକ୍‌ କିପରି ଭଲ ମାଇଲେଜ୍‌ ଦେବ ? ଆଉ ବାଇକ୍‌ର ଟାୟାରର ପ୍ରେସର ସପ୍ତାହକୁ ଥରେ ଯାଞ୍ଚ କରିବା ଦ୍ୱାରା ଆପଣଙ୍କୁ କେଉଁ ସବୁ ଲାଭ ମିଳିବ ।

ଯଦି ଆପଣ ଆପଣଙ୍କ ବାଇକ୍‌ର ଭଲ ମାଇଲେଜ୍‌ ଚାହୁଁଛନ୍ତି, ତେବେ ଆପଣ ପ୍ରତି ସପ୍ତାହରେ ବାଇକ୍ ଟାୟାରର ପ୍ରେସର ଚେକ୍‌ କରିବା ଜରୁରୀ । ବାଇକ୍‌ର ଟାୟାରରେ ଠିକ୍‌ ପ୍ରେସର ରହିବା ଦ୍ୱାରା ବାଇକ୍‌ ଭଲ ମାଇଲେଜ୍‌ ଦେଇଥାଏ ।

Advertisment

ବାଇକ୍‌ରେ ସବୁବେଳେ ଠିକ୍‌ ପ୍ରେସର ରଖନ୍ତୁ । ପ୍ରେସର ଠିକ୍‌ ରହିବା ଦ୍ୱାରା ବାଇକ୍‌ର ବ୍ରେକ୍‌ ଭଲ ଭାବେ କାମ କରିଥାଏ ।

ବାଇକ୍‌ରେ ଆବଶ୍ୟକ ଠାରୁ କମ୍‌ ପ୍ରେସର ରହିବା ଦ୍ୱାରା ଆପଣ ହଇରାଣରେ ପଡ଼ିପାରନ୍ତି । ଶୀଘ୍ର ଟାୟାର ନଷ୍ଟ ହେବାର ଅଧିକ ସମ୍ଭାବନା ରହିଥାଏ । ଏପରିକି ଗାଡ଼ିର ପିକ୍‌‌ଅପ୍ ମଧ୍ୟ କମ୍ ରହିଥାଏ। ହେଲେ ଅନେକ ଏହାକୁ ନଜର ଅନ୍ଦାଜ କରିଥାନ୍ତି। ଯେତେବେଳେ ବି ଗାଡ଼ିର ମାଇଲେଜ୍ କମ୍ ଦେଖାଏ ସେମାନେ ଟାୟାର ପ୍ରେସରକୁ ଏକ କାରଣ ଭାବେ ବିଚାର କରିନଥାନ୍ତି। ବରଂ ସେମାନେ ତୁରନ୍ତ ଗ୍ୟାରେଜ୍ ଯାଇ ଏହାକୁ ଇଂଜିନର ଦୋଷ ବୋଲି ଯୁକ୍ତି କରିଥାନ୍ତି। 

Advertisment

କିନ୍ତୁ ଗ୍ୟାରେଜ୍ ଯିବା ଆଗରୁ ପ୍ରଥମେ ଆପଣଙ୍କୁ ଏହି ଛୋଟିଆ ଟିପ୍ସ ପ୍ରତି ନିଶ୍ଚୟ ଧ୍ୟାନ ଦେବା ଆବଶ୍ୟକ। ଏହା ଦ୍ୱାରା ଆପଣ ଅଯଥା ଖର୍ଚ୍ଚରୁ ମୁକ୍ତି ପାଇ ଆପଣଙ୍କ ଗାଡ଼ିର ମାଇଲେଜ୍ ବଢ଼ାଇ ପାରିବେ।

Tips And Trick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ