Cuttack Trisulia Bridge
Advertisment
ଭୁବନେଶ୍ୱରରୁ କଟକକୁ ସଂଯୋଗ କରୁଥିବା ତ୍ରିଶୂଳିଆ ବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା । ରାସ୍ତା ଉପରେ ଜଣେ ଯୁବକଙ୍କ ମୃତଦେହ ପଡି ରହିଛି । ବ୍ରିଜ୍ ଉପରେ ଗୋଟିଏ ବାଇକ୍ ମଧ୍ୟ ଥୁଆ ହୋଇଥିବାର ଦେଖିବାକୁ ମିଳିଛି । ଯୁବକ ଜଣକ ବାଇକ୍ରେ ଯାଉଥିବା ବେଳେ ଗୋଟିଏ ଅଜଣା ଗାଡି ଦୁର୍ଘଟଣା ଘଟାଇ ପାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ କିଏ, କେଉଁଠି ତାଙ୍କ ଘର ସେ ସମ୍ପର୍କରେ କୌଣସି ତଥ୍ୟ ଜଣାପଡିନାହିଁ । ରାସ୍ତାରେ ମୃତଦେହ ପଡିଥିବାରୁ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us