Advertisment

କେବେ ସରିବ ବିଜୁ ସେତୁ ଯୋଜନାରେ ଚାଲିଥିବା ପୋଲ ? ୭ ବର୍ଷ ବିତିଥିଲେ ବି କାମ ସରିବାର ନାଁ ଧରୁନି

ନଦୀର ଦୁଇ ପାର୍ଶ୍ୱରେ କିଛି ଅଂଶ ପୋଲ କାମ ସରିଥିବା ବେଳେ,ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି । ପୋଲ ର୍ନିମାଣ କରୁଥିବା ଠିକା ସଂସ୍ଥା କାମ ଅସମ୍ପୁର୍ଣ୍ଣ ରଖି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ

ଅଦ୍ୟତନ ହୋଇଛି
Biju Setu Still

Biju Setu Still

Advertisment

ଦୀର୍ଘ ଦିନର ଦାବି ପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ପୋଲ ସମ୍ପୂର୍ଣ୍ଣ ହେବା ନେଇ ଏବେ ଆଶଙ୍କା ଦେଖାଦେଇଛି । ନିର୍ମାଣରେ ତ୍ରୁଟି ଏବଂ ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ବୈତରଣୀ ନଦୀରେ ଏବେ ବି ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକେ ଦାବି ପରେ ଦାବି କରୁଛନ୍ତି, ହେଲେ କର୍ଣ୍ଣପାତ କରୁନି ପ୍ରଶାସନ ଦେଖିବା ।

Advertisment

ଲାଗିଛି ସୁନ୍ଦର ଫଳକ, ହେଲେ ଏହା ଆଜିକାର ନୁହଁ । ୫-୨-୨୦୧୬ ମସିହାରେ ବୈଚରଣୀ ନଦୀରେ ପୋଲ ନିର୍ମାଣ ଲାଗି ଲାଗିଥିଲା ଏହି ଫଳକ ।  ୨୦୨୨ ମସିହା ହେଲାଣି, ଅର୍ଥାତ ୭ ବର୍ଷ ବିତିଥିଲେ ବି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ସେତୁ କାମ ସରିବାର ନାଁ ଧରିନି । ଏହି ସେତୁ ନିର୍ମାଣ ଲାଗି ୩୫ କୋଟି ଟଙ୍କା ଟେଣ୍ଡର କରାଯାଇଥିଲା । ନଦୀର ଦୁଇ ପାର୍ଶ୍ୱରେ କିଛି ଅଂଶ ପୋଲ କାମ ସରିଥିବା ବେଳେ ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି । ପୋଲ ର୍ନିମାଣ କରୁଥିବା ଠିକା ସଂସ୍ଥା କାମ ଅସମ୍ପୁର୍ଣ୍ଣ ରଖି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ନିର୍ମାଣ ହୋଇନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ।

ଏହି ସେତୁ ନିର୍ମାଣ ହେଲେ ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ୩୦ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ଏହାସହ ବର୍ଷା ଦିନେ ଜଳବନ୍ଦୀ ହେଉଥିବା ଆମ୍ବୋ ପଞ୍ଚାୟତର ଲୋକ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପାଇପାରିବେ । ସେପଟେ ବୈତରଣୀ ନଦୀର ବାମ ପାଶର୍ବରେ ଥିବା ହାଟଡିହି ବ୍ଲକର ଆମ୍ବୋ ସମେତ ଇଞ୍ଚୋଳ , ରମ୍ପାସ ଆଦି ପାଖାପାଖି ୫ ଟି ପଞ୍ଚାୟତ ଲୋକ ବି ସୁବିଧା ପାଇପାରିବେ । ସେପଟେ ଠିକା ସଂସ୍ଥା କାମ ଛାଡିବା ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପୁଣି ଥରେ ଟେଣ୍ଡର କରିଛି, ତେଣୁ ଶୀଘ୍ର କାମ ଆରମ୍ଭ କରି ସାରିବା ଲାଗି ୟୋଜନା ରହିଥିବା କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

Advertisment

ଶିଳାନ୍ୟାସ ଠାରୁ କାମ ସାରିବାର ଅବଧି ସରିଲାଣି ହେଲେ କାମ ରହିଛି ଅଧପନ୍ତରିଆ ବର୍ଷା ପୂର୍ବରୁ ଯଦି ଏହାର ନିର୍ମାଣ ସରେ ତେବେ ଲୋକେ ବହୁ ଅସୁବିଧାରୁ ମୁକ୍ତ ପାଇପାରିବେ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଲୋକନାଥ ସିଂଙ୍କ ରିପୋର୍ଟ

Biju Setu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ