Advertisment

ବିଜୁ ସେତୁ ପ୍ରହସନ: ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ପୋଲ । ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନ ଧରି ଦାବି ପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୬ ମସିହାରେ ବିଜୁ ସେତୁ ଯୋଜନାରେ ଏଠାରେ ସେତୁ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଟେଣ୍ଡର କରାଯାଇଥିଲା

ଅଦ୍ୟତନ ହୋଇଛି
biju setu

biju setu

Advertisment

ଅଧପନ୍ତରିଆ ହୋଇପଡ଼ି ରହିଛି ବିଜୁ ସେତୁ । ଦୀର୍ଘ ଦିନର ଦାବି ପରେ ଟେଣ୍ଡର ପଡ଼ି ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା, ହେଲେ ପୋଲ ସମ୍ପୂର୍ଣ୍ଣ ହୋଇପାରୁନି । ସେତୁ ନିର୍ମାଣ ହେଲେ ସହଜରେ ଯାତାୟତ କରିବେ ବୋଲି ଚାହିଁ ରହିଛନ୍ତି ଲୋକେ । ହେଲେ ନିର୍ମାଣରେ ତ୍ରୁଟି ଏବଂ ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ବୈତରଣୀ ନଦୀରେ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ପୋଲ । ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନ ଧରି ଦାବି ପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୬ ମସିହାରେ ବିଜୁ ସେତୁ ଯୋଜନାରେ ଏଠାରେ ସେତୁ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଟେଣ୍ଡର କରାଯାଇଥିଲା । ସେତୁ ନିର୍ମାଣ ପାଇଁ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଠିକା ସଂସ୍ଥା ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ।

ନଦୀର ଦୁଇ ପାର୍ଶ୍ୱର କିଛି ଅଂଶ ପୋଲ କାମ ସରିଥିବା ବେଳେ ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ଏପରିକି ପୋଲର ସମସ୍ତ ଖମ୍ବ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ପୋଲ ନିର୍ମାଣ କରୁଥିବା ଠିକା ସଂସ୍ଥା କାମ ଅସମ୍ପୂର୍ଣ୍ଣ ରଖି ପଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୋଲ ସମ୍ପୂର୍ଣ୍ଣ ନହେବାରୁ ପୂର୍ବ ଭଳି ଅସୁରକ୍ଷିତ ଭାବେ ଡଙ୍ଗାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ ।

Advertisment

ଏହି ପୋଲ ସମ୍ପୂର୍ଣ୍ଣ ହେଲେ ଯାଜପୁର,କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ପାଖାପାଖି ୩୦ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ଏଥିସହ ବର୍ଷା ଦିନେ ଜଳବନ୍ଦୀ ହେଉଥିବା ଆମ୍ବୋ ପଞ୍ଚାୟତର ଲୋକଙ୍କ ପାଇଁ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନର ନୂତନ ଅଧ୍ୟାୟ ସୃଷ୍ଟି ହେବ ।

ବୈତରଣୀ ନଦୀର ବାମ ପାର୍ଶ୍ୱରେ ଥିବା ହାଟଡିହି ବ୍ଲକର ଆମ୍ବୋ ସମେତ ଇଞ୍ଚୋଳ, ରମ୍ପାସ ଆଦି ପାଖାପାଖି ୫ ଟି ପଞ୍ଚାୟତର ଛାତ୍ରଛାତ୍ରୀ ସ୍କୁଲ କଲେଜ ଏବଂ ଚିକିତ୍ସା ପାଇଁ ବୈତରଣୀ ନଦୀର ଅପର ପାର୍ଶ୍ଵ ବାତୋ ଉପରେ ନିର୍ଭର କରିଥାନ୍ତି । ସେହି ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ବାତୋ ସମେତ ସାଇଁକୁଳ, ପଣ୍ଡୁଆ, ଜଳସୁଆଁ ଆଦି ପଞ୍ଚାୟତର ଲୋକେ ବ୍ୟବସାୟ ପାଇଁ ନଦୀର ଅପର ପାର୍ଶ୍ଵ ନିକଟରେ ଥିବା ଭଦ୍ରକ ବଜାର ଉପରେ ନିର୍ଭର କରିଥାନ୍ତି ।

Advertisment

ତେଣୁ ତୁରନ୍ତ ସେତୁ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଠିକା ସଂସ୍ଥା କାମ ଛାଡି ପଳାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପୁଣି ଟେଣ୍ଡର କରିଛି । ଅତି ଶୀଘ୍ର ସେତୁ କାମ ଆରମ୍ଭ ହୋଇ ସମ୍ପୁର୍ଣ୍ଣ କରାଯିବ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର କହିଛନ୍ତି ।

ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ

Biju Setu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ