Biju Patnaik’s Dakota aircraft reaches Jaleswar
କୋଲକାତାରୁ ବାହାରିଥିବା ଡାକୋଟା ବିମାନ ଓଡ଼ିଶା ସୀମାରେ ପ୍ରବେଶ କରିଛି। ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ୍ଗେଟ୍ ନିକଟରେ ଡାକୋଟା ବିମାନ ପହଞ୍ଚିବା ପରେ ଏବେ ଏହା ଭୁବନେଶ୍ୱର ଅଭିମୁଖେ ଆସୁଛି।
ସୁଭାଷ ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜାତୀୟ ରାଜପଥ ଦେଇ ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ୩ଟି କଣ୍ଟେନରରେ ଭୁବନେଶ୍ୱର ଆସୁଛି। ଗତକାଲି ଏୟାରପୋର୍ଟରୁ ୩ଟି ଟ୍ରେଲରରେ ଏହା ଓଡ଼ିଶା ଅଭିମୁଖେ ବାହାରିଥିଲା। ୩ଟି ଯାକ ଟ୍ରେଲରରେ ଡାକୋଟା ବିମାନର ସମସ୍ତ ଅଂଶ ବୋଝେଇ ହୋଇଛି।
ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡ଼ିତ ଏହି ବହୁ ଚର୍ଚ୍ଚିତ ଡାକୋଟା ବିମାନ। ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଓଟିଭି ଦୀର୍ଘ ବର୍ଷ ହେଲା ଖବର ପ୍ରସାରଣ କରି ଆସୁଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରଖାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674010395.jpg)