Advertisment

‘ତୁମେ ମୋର, ମୁଁ ତୁମକୁ କେବେବି ଛାଡ଼ିବିନି’; ହେଲେ ଏବେ...

ପ୍ରେମିକକୁ ଖୋଜି ଖୋଜି ଏବେ ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ପ୍ରେମିକା। ଏହି ସମୟରେ ବଲାଙ୍ଗିର ରେଲ୍‌ୱେ ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Bihar woman reaches Odisha’s Bolangir to marry ‘married’ boyfriend

Bihar woman reaches Odisha’s Bolangir to marry ‘married’ boyfriend

Advertisment

‘ମୋତେ ବାହା ହେବା ପାଇଁ ସେ କହିଥିଲେ। ତାଙ୍କ ପାଖରେ ରଖିବେ ବୋଲି ମଧ୍ୟ କହିଥିଲେ। ସବୁବେଳେ କହୁଥିଲେ ତୁମେ ମୋର, କେବେବି ମୁଁ ତୁମକୁ ଛାଡ଼ିବି ନାହିଁ। ମରିବି ଗଲେ ତୁମେ ଦ୍ୱିତୀୟ ବିବାହ କରିବ ନାହିଁ’...ଏଭଳି ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଇଥିବା ଜଣେ ଯୁବକ ପ୍ରେମରେ ପ୍ରତାରଣା ଦେଇଛନ୍ତି। ବିହାରରେ ଜଣେ ଯୁବତୀଙ୍କୁ ପ୍ରେମ କରିବା ପରେ ପ୍ରେମିକ ଓଡ଼ିଶାର ବଲାଙ୍ଗିର ଜିଲ୍ଲାକୁ ଚାଲି ଆସିଛନ୍ତି।

Advertisment

ପ୍ରେମିକକୁ ଖୋଜି ଖୋଜି ଏବେ ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ପ୍ରେମିକା। ଏହି ସମୟରେ ବଲାଙ୍ଗିର ରେଲ୍‌ୱେ ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ସୂଚନାଥାଉ କି, ବିହାରର ପାଟନାରେ ସମ୍ପୃକ୍ତ ଯୁବକଙ୍କ ସହ ଯୁବତୀଙ୍କ ଦେଖାସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୮ ବର୍ଷର ସମ୍ପର୍କ ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ଯେ, ଯାହାକୁ ଭଲ ପାଉଥିଲେ ପୂର୍ବରୁ ସେ ବିବାହିତ। ଏହାପରେ ପ୍ରେମିକକୁ ଖୋଜିବା ପାଇଁ ସମ୍ପୃକ୍ତ ଯୁବତୀ ବଲାଙ୍ଗିର ଆସିଛନ୍ତି।

ଏନେଇ ଯୁବତୀ ଜଣକ କହିଛନ୍ତି ଯେ, ‘୨୦୧୪ରେ ତାଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା। ଏହାପରେ ୨୦୧୬ରେ ଆମେ ରିଲେସଶିପ୍‌ରେ ଆସିଥିଲୁ। ବିବାହ କରିବେ ବୋଲି ସେ ମୋତେ ପ୍ରତିଶ୍ରୁତି ଦେଇଥିଲେ। ମୋତେ ଦେଖା କରିବା ପାଇଁ ସେ ପାଟନା ମଧ୍ୟ ଆସୁଥିଲେ। ହେଲେ ସେ ମୋତେ ପୁରା ଧୋକା ଦେଲେ। ଯେତେବେଳେ ତାଙ୍କୁ ଖୋଜି ଖୋଜି ବଲାଙ୍ଗିର ଆସିଲି ତାଙ୍କ ପରିବାର ସଦସ୍ୟ ଓ ସେ ମୋତେ ବହୁତ ଗାଳିଗୁଲଜ କରିଥିଲେ। ବଲାଙ୍ଗିର ଟାଉନ ଥାନାରେ ମଧ୍ୟ ମୋ FIR ରଖିଲେ ନାହିଁ। ମୁଁ ପାଟନାରେ ରହୁଥିବାରୁ ସେଠାରେ FIR ରୁଜୁ କରିବା ପାଇଁ ପୋଲିସ୍‌ କହିଥିଲା।’

Advertisment

‘ମୋତେ ଏବେ ନ୍ୟାୟ ଦରକାର। ସେ ମୋତେ ବାହା ହୁଅନ୍ତୁ, ବାସ୍‌ ଏତିକି ଚାହୁଁଛି’ ବୋଲି ଯୁବତୀ ଜଣକ କହିଛନ୍ତି। 

Marriage Betrayal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ