Big Statement Of Chhattisgarh CM Over Mahanadi Water Dispute
ମହାନଦୀ ଟ୍ରିବ୍ୟୁନାଲ୍ଙ୍କ କ୍ଷେତ୍ର ପରିଦର୍ଶନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶା କୁ ସବୁ ପାଣି ଯାଉଛି। ହେଲେ ଆମର ଏଠି କୌଣସି ବନ୍ଧ ନାହିଁ। କେବଳ ୭ଟି ବ୍ୟାରେଜ୍ ତିଆରି ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି। ତେବେ ଏହି ମାମଲା ଟ୍ରିବୁନାଲ୍କୁ ଯିବାର ନଥିଲା।
ଭୂପେଶ ବାଘେଲ ଆହୁରି କହିଛନ୍ତି ଯେ, ମାମଲା ଟ୍ରିବୁନାଲ୍କୁ ଯିବାରୁ ଛତିଶଗଡ଼ରେ ଅଧିକ ଉଚ୍ଚର ଡ୍ୟାମ୍ ଓ ବ୍ୟାରେଜ୍ ଯୋଜନା ଅଟକି ରହିଛି। ତେଣୁ ବନ୍ଧ ନିର୍ମାଣ ପାଇଁ ଛତିଶଗଡ଼କୁ ଅନୁମତି ମିଳୁ। ସୂଚନାଥାଉ କି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନର ୫ ବର୍ଷ ପରେ ପ୍ରଥମଥର ପାଇଁ କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି ଟ୍ରିବ୍ୟୁନାଲ ଟିମ୍।
ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ଫାରସିୟା ଗ୍ରାମ ପରିଦର୍ଶନ କରିବେ ଟ୍ରିବୁନାଲ୍। ଉଭୟ ରାଜ୍ୟ ପକ୍ଷରୁ ଗଠିତ ୫୦ ଜଣିଆ ଟିମ୍ କ୍ଷେତ୍ର ପରିଦର୍ଶନ କରିବେ।ଓଡ଼ିଶା ଟିମ୍ରେ EIC, ଜଳ ସମ୍ପଦ ସ୍ୱତନ୍ତ୍ର ସଚିବ, ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ, ୪ ଆଇନ ବିଶାରଦ ଓ ୫ ବିଶେଷଜ୍ଞ ଅଛନ୍ତି। ତେବେ ମହାନଦୀ ଟ୍ରିବ୍ୟୁନାଲ୍ଙ୍କ କ୍ଷେତ୍ର ପରିଦର୍ଶନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ଛତିଶଗଡ଼ର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1681881021.jpg)