Advertisment

ମୁହଁ ଖୋଲିଲେନି ବିଦ୍ୟାଭାରତୀ, ହେଲେ ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ

ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ। ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ।

ACF Soumya Ranjan Mohapatra

ACF Soumya Ranjan Mohapatra

Advertisment

ବଲାଙ୍ଗିର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ବଲାଙ୍ଗିର ପ୍ରାଣୀଧନ ତାଲିମ କେନ୍ଦ୍ରରେ ଶେଷ ବର୍ଷ ପରୀକ୍ଷା ଦେଉଛନ୍ତି। ଗତକାଲି ମଧ୍ୟ ସେ ପରୀକ୍ଷା ଦେଇଥିଲେ। ବିଦ୍ୟାଭାରତୀ ପରୀକ୍ଷା ଦେବା ପାଇଁ ତାଙ୍କ ବାପାଙ୍କ ସହ ଆସିଛନ୍ତି। 

Advertisment

ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ମୁହଁ ଖୋଲି ନଥିଲେ। ହେଲେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମୁହଁ ଖୋଲି ଥିଲେ। ବିଦ୍ୟାଭାରତୀଙ୍କ ବାପା କହିଛନ୍ତି, ଝିଅର ପରୀକ୍ଷା ଚାଲି ଥିବାରୁ ଲାଏ ଡିଟେକ୍ସନ ଟେଷ୍ଟ୍‌ ସମ୍ପର୍କରେ କିଛି ଆଲୋଚନ ହୋଇ ନାହିଁ। ପୁରା ପରିବାର ମାନସିକ ଚାପ ଓ ଚିନ୍ତାରେ ଅଛନ୍ତି। 

Advertisment

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଥିବା ନେଇ ଗତକାଲି ଖବର ସାମ୍ନାକୁ ଆସିଥିଲା। ସେପ୍ଟେମ୍ବର ୨୦ରେ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା। ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବା ପୂର୍ବରୁ ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା। 

ACF Death Case BidyaBharati Paralakhemundi ACF Death Soumya Ranjan Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ