Advertisment

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ। ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ ସ୍ଥାନାନ୍ତରିତ ହେବ।

Bhubaneswar Unit-1 vegetable wholesale market to be shifted

Bhubaneswar Unit-1 vegetable wholesale market to be shifted

Advertisment

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ। ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ ସ୍ଥାନାନ୍ତର କରାଯିବ।ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମି ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍‌ ମାର୍କେଟ ଲାଗି ଶୀତଳଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଥିବାରୁ ଏହାକୁ ସ୍ଥାନାନ୍ତର କରାଯିବାକୁ BMC ନିଷ୍ପତ୍ତି ନେଇଛି। 

Advertisment

ଏହାସହ ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହେବ। ଏଥିପାଇଁ ଆଜି ବିଏମସି ଅଫିସ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ୟୁନିଟ-୧ ପରିବା ମାର୍କେଟକୁ ସ୍ଥାନାନ୍ତର ନେଇ ବିଏମ୍‌ସିର ନିଷ୍ପତ୍ତିକୁ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛନ୍ତି।

୧୯୫୭ ମସିହାରୁ ୟୁନିଟ-୧ ମାର୍କେଟର ୪ ଏକର ଜାଗାରେ ମାର୍କେଟ ଚାଲି ଆସୁଛି। ଏବେ ୪୯ ଜଣ ପରିବା ହୋଲ୍‌ସେଲ୍‌ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ୨୦୦ ଶହ ଟ୍ରକ୍‌ ଏହି ପରିବା ମାର୍କେଟକୁ ଆସୁଛି। ସ୍ଥାନ ଅଭାବରୁ ମାର୍କେଟ ସ୍ଥାନାନ୍ତର ଲାଗି ୨୦୦୭ରୁ ଦାବି ହେଉଥିଲା।

Advertisment

ତେବେ ନୂଆ ମାର୍କେଟରେ ୪୯ ଜଣ ବ୍ୟବସାୟୀଙ୍କ ଲାଗି ଗୋଦାମ ଘର ବ୍ୟବସ୍ଥା କରାଯିବା ଦରକାର। ଏହାସହ ପାଣି, ବିଦ୍ୟୁତ୍‌, ସଡ଼କ ଭଳି ଅନ୍ୟ ଆନୁଷଙ୍ଗିକ ସୁବିଧା କଲେ ପରିବା ହୋଲ୍‌ସେଲ୍ ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ ବୋଲି ସଂଘ କହିଛ।ା

Unit 1 Vegetable Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ