ବଦଳିବ ରୂପେରଖ ! PPP ମୋଡ଼ରେ ବିକାଶ ହେବ ଭୁବନେଶ୍ୱର ରେଳଷ୍ଟେସନ

ବଦଳିବ ଭୁବନେଶ୍ୱର ରେଳଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା

Bhubaneswar railway station

News Summary

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ଷ୍ଟେସନ

PPP ମୋଡ଼ରେ ବିକାଶ ହେବ ଭୁବନେଶ୍ୱର ରେଳଷ୍ଟେସନ

ଷ୍ଟେସନର ଡେଭଲପମେଣ୍ଟ ପ୍ଲାନ ହୋଇଛି: ରେଳ ବୋର୍ଡ ଅଧ୍ୟକ୍ଷ

RLDA ଭୁବନେଶ୍ୱର ଷ୍ଟେସନ ଅଞ୍ଚଳର ବିକାଶ କରିବ

ରେଳଷ୍ଟେସନରେ ଆଉ ଗୋଟିଏ ନୂଆ ପ୍ଲାଟଫର୍ମ ହେବ

ଭୁବନେଶ୍ୱର : ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା ।

ସେ କହିଛନ୍ତି, ଖୁବଶୀଘ୍ର ରେଳ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ବା RLDA ଭୁବନେଶ୍ୱର ଷ୍ଟେସନ ଅଞ୍ଚଳର ବିକାଶ କରିବ ବିଡିଏ ବଳକା ଏରିଆର ବିକାଶ କରିବ ଏବଂ ଏହାକୁ ଭୁବନେଶ୍ୱର ସିଟି ସହ ମର୍ଜ କରାଯିବ । PPP ମୋଡରେ ହେଉଥିବାରୁ ନିବେଶକ ପୁଞ୍ଜିନିବେଶ କରିବେ । ଖୁବଶୀଘ୍ର ଟେଣ୍ଡର ଡକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଗୋଟିଏ ନୂଆ ପ୍ଲାଟଫର୍ମ ସହ ୨ ଟି ନୂଆ ଲାଇନ ଯୋଡ଼ା ହେବ ।

କୋଭିଡ ଯୋଗୁ ଏବେ ୯୦ ପ୍ରତିଶତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । ଆସନ୍ତା ୨ରୁ ୩ ମାସ ମଧ୍ୟରେ ସବୁ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ରେଳବୋ଼ର୍ଡ ଅଧ୍ୟକ୍ଷ କହିଛନ୍ତି ।