Advertisment

ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା: ବିପଦପୂର୍ଣ୍ଣ ଭାବେ ପାଚେରି ଉପରେ ଯା’ଆସ କରୁଛନ୍ତି ଲୋକେ

ଆପଣ କେବେ ଭୁବନେଶ୍ୱରର ସାହି ରାସ୍ତାରେ ଯାଇଛନ୍ତି ? ମୁଖ୍ୟ ରାସ୍ତା ଚକାଚକ୍ କିନ୍ତୁ ଏଠି ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ। କେଉଁଠି ଖାଲଖମା ତ ପୁଣି କେଉଁଠି ପାଚେରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି ଲୋକେ।

ଅଦ୍ୟତନ ହୋଇଛି
Damaged Roads In Bhubaneswar

Bhubaneswar people face immense hardship as roads gets badly damaged due to rain

Advertisment

ସ୍ମାର୍ଟ ଆମ ଭୁବନେଶ୍ୱର, ସ୍ମାର୍ଟ ଆମ ପରିଚୟ। ହେଲେ ଆପଣ କେବେ ଭୁବନେଶ୍ୱରର ସାହି ରାସ୍ତାରେ ଯାଇଛନ୍ତି ? ମୁଖ୍ୟ ରାସ୍ତା ଚକାଚକ୍ କିନ୍ତୁ ଏଠି ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ। କେଉଁଠି ଖାଲଖମା ତ ପୁଣି କେଉଁଠି ପାଚେରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି ଲୋକେ। ପରିସ୍ଥିତି ଏପରି ହେଲା କି ଇଞ୍ଜିନିୟରଙ୍କୁ ଚଲାଇ ଚଲାଇ ନେଇଛନ୍ତି ସ୍ଥାନୀୟ ବାସିନ୍ଦା। 

Advertisment

ରାସ୍ତାର ଅବସ୍ଥା ଏମିତି ହୋଇଛି, ଏହାକୁ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି କେଉଁ ଉପାନ୍ତ କିମ୍ବା ଗାଁକୁ ଚାଲି ଆସିଲେ କି ? ରାସ୍ତାରେ ଗାତ ଓ ପାଣି ଜମିଛି। ଫଳରେ ପାଚେରି ଉପରେ ଚଢ଼ି ଯା’ଆସ କରୁଛନ୍ତି ଲୋକେ। ଭୁବନେଶ୍ୱର ପଞ୍ଚସଖା ନଗରରେ ସ୍ୱେରେଜ ଖୋଳା ଯାଇଥିବାରୁ ଏବେ ଏମିତି ଯାଆସ କରିବାକୁ ପଡ଼ୁଛି। ଦିନେ କି ଦୁଇ ଦିନ ନୁହେଁ ବର୍ଷେରୁ ଅଧିକ ସମୟ ଧରି ଏମିତି ବିପଦପୂର୍ଣ୍ଣ ଭାବେ ଯାଆସ କରୁଛନ୍ତି ଲୋକେ। 

ପରିସ୍ଥିତି ଏପରି ହେଲା କି ଶେଷରେ watco ଇଞ୍ଜିନିୟରଙ୍କୁ ଏହି ନାଳ ପାଣିରେ ଚଲାଇ ଲୋକେ ନେଇଛନ୍ତି। ତଥାପି ଯଥା ପୂର୍ବଂ ତଥା ପରମ୍...ଏବେ ବି ଏହି ଅଞ୍ଚଳର ଲୋକେ ଘରକୁ ଯିବାକୁ ହେଲେ କାନ୍ଥ ଉପରେ ଚଢ଼ିକି ଯା’ଆସ କରିବାକୁ ପଡ଼ୁଛି। ଆମ୍ବୁଲାନ୍ସଠୁ ଆରମ୍ଭ କରି ସ୍କୁଲ୍‌ ଗାଡ଼ି ଯାଏ ଏଠି ସବୁ ଅପହଞ୍ଚ।

Advertisment

ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ମୁଖ୍ୟ ରାସ୍ତାରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲକ୍ଷ୍ମୀସାଗର ଛକରୁ ଝାରପଡ଼ା ଜେଲ୍‌ ଯାଏ ରାସ୍ତା ଖାଲଖମାରେ ଭରପୁର। ଠାଏ ଠାଏ ଜମିଛି ପାଣି। ପରିସ୍ଥିତି ଏମିତି କି କିଛି ମିଟର ଗାଡ଼ି ଯିବା କଥା ଛାଡ଼ନ୍ତୁ ଚାଲିକି ଯିବା ବି କଷ୍ଟକର। ହେଲେ ଏମିତି ମାସ ମାସ ଧରି ଲୋକଙ୍କୁ ଯା’ଆସ କରିବାକୁ ପଡ଼ୁଛି।

କାହିଁ କେବେଠୁ ଜଗନ୍ନାଥ ବିହାର ବାସିନ୍ଦା ଭଲ ରାସ୍ତାଟିଏ ଦେଖି ନାହାନ୍ତି। ସ୍ୱେରେଜ ପାଇଁ ଗାତ ଖୋଳାଗଲା, ପରେ ରାସ୍ତା ମରାମତି ହେବ କ’ଣ ଆହୁରି ଖରାପ ହୋଇଗଲା। ବାରମ୍ବାର ଏନେଇ ଅଭିଯୋଗ ପରେ ବି ଫଳ ଶୂନ୍‌।

Advertisment

ରାଜଧାନୀ ରାସ୍ତାର ଦୁରାବସ୍ଥା କାହାକୁ ଅଛପା ନାହିଁ। ପ୍ରତିବର୍ଷ ବର୍ଷା ଦିନରେ ଏସମସ୍ୟା ବଢ଼ିଯାଏ। ଏସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ