Advertisment

ଆଶ୍ଚର୍ଯ୍ୟ ! ! ! ମାସକରେ ଆସିଲା ୭ କୋଟିରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍‌

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ।

ଅଦ୍ୟତନ ହୋଇଛି
Bhubaneswar man gets Rs 7.9 crore electricity bill

Bhubaneswar man gets Rs 7.9 crore electricity bill

Advertisment

ସାଧାରଣ ଖାଉଟି ଭାବେ ଆପଣଙ୍କ ବିଦ୍ୟୁତ୍‌ ବିଲ୍ ମାସକୁ କେତେ ଆସେ ? ପାଞ୍ଚ ଶହ, ହଜାରେ, ‌ଅଧିକରୁ ଅଧିକ ହେଲେ ଦୁଇ ହଜାର ଟଙ୍କା ଯାଏ ବି ବିଲ୍‌ ଆସୁଥାଇପାରେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍‌ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ। 

Advertisment

ଦୁର୍ଗାପ୍ରସାଦ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଯେଉଁ ଘରେ ସେ ଭଡ଼ାରେ ରହୁଛନ୍ତି, ସେହି ଘରେ ଲାଗିଥିବା ସ୍ମାର୍ଟ ମିଟର ଜରିଆରେ ଏଭଳି ଚକିତ କଲା ଭଳି ବିଲ୍ ଆସିଛି। ଗତ ମାର୍ଚ୍ଚ ମାସରେ ସ୍ମାର୍ଟ ମିଟର ଲାଗିଥିଲା। ହେଲେ ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଲ୍ଆ ସିଲା ୨୪ଶହ ଟଙ୍କା।

ପୁଣି ଏପ୍ରିଲ ମାସରେ ୬ ହଜାର ଏବଂ ଚଳିତ ମେ’ ମାସରେ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ଏ ସମ୍ପର୍କରେ ବିଜୁଳି ବଣ୍ଟନ କମ୍ପାନୀ TPCODL କୁ ଟ୍ୱିଟର ଯୋଗେ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବା ଦୁର୍ଗାପ୍ରସାଦ କହିଛନ୍ତି।

Advertisment

ଫଳରେ କାଳେ ଖରାଦିନ ଘରୁ ବିଦ୍ୟୁତ୍‌ କଟି ଯାଇପାରେ ସେହି ଆଶଙ୍କାରେ ଦୁର୍ଗାପ୍ରସାଦ ଆତଙ୍କିତ ଅଛନ୍ତି। ଖବର ଲେଖାଯିବା ଏନେଇ ସମ୍ପୃକ୍ତ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Electricity Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ