Advertisment

ଭୁବନେଶ୍ୱରରୁ ୧୨ କୋଟିର ସୁନା ଜବତ କଲା ଜିଆରପି,୪ ଜଣ ଅଟକ

୧୨ କୋଟି ଟଙ୍କାର ସୁନା ଜବତ ।

ଅଦ୍ୟତନ ହୋଇଛି
Bhubaneswar GRP seizes 32 kg

Bhubaneswar GRP seizes 32 kg

Advertisment

ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟିର ସୁନା ଜବତ । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରିଛି ଜିଆରପି । ସୁନା ଜବତ କରିବା ସହ ୪ ଜଣକୁ ଅଟକ ରଖାଯାଇଛି । ତେବେ ଏତେ ପରିମାଣର ସୁନା କେଉଁଠୁ ଆଣୁଥିଲେ ତଥା କାହାପାଇଁ ଆଣୁଥିଲେ କିଛି ସ୍ପଷ୍ଟ ହୋଇନି । ବର୍ତ୍ତମାନ ଅଟକ ରଖିଥିବା ଲୋକଙ୍କୁ ପଚରାଉଚରା କରାଯାଉଛି । ଶୀଘ୍ର କିଛି ସୂଚନା ମିଳିବ ବୋଲି ଆଶା ରହିଛି ।

Advertisment

ତେବେ ସୁନା ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଜିଆରପି । ଖବର ପାଇବା ପରେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏକାଥରକେ ୩୨ କେଜି ସୁନା ଜବତ ହୋଇଛି ଓ ୪ ଜଣକୁ ଅଟକ ରଖାଯାଇଛି । ପଚରାଉଚରା ପରେ ଜଣାପଡ଼ିଛି ଅଟକ ଥିବା ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ । ସେମାନେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ବିକ୍ରି  କରିବା ଉଦ୍ଦେଶ୍ୟରେ ଆସିଥିବା କହିଛନ୍ତି ।

ହେଲେ ଏତେ ଟଙ୍କାର ସୁନା ଆଣିଥିବା ବେଳେ ସେ ସମ୍ପର୍କୀତ କାଗଜପତ୍ର ଦେଖାଇ ପାରୁ ନାହାନ୍ତି ୪ ଜଣ । ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିବା ସହ ଘଟଣାର ତଦନ୍ତ କରୁଛି ଜିଆରପି ପୋଲିସ୍‌ । 

Advertisment
Gold Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ