Advertisment

ଆଜିଠୁ ୩ ମାସ ଭିତରକନିକା ବନ୍ଦ

ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି।

ଅଦ୍ୟତନ ହୋଇଛି
Bhitarkanika National Park Closed

Bhitarkanika National Park Closed

Advertisment

ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ କୁମ୍ଭୀରମାନେ ବସା କରିବା ସହ ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ହିଂସ୍ର ହୋଇପଡ଼ନ୍ତି। 

Advertisment

ତେଣୁ ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି। ପ୍ରଜନନ ଋତୁରେ କୁମ୍ଭୀରମାନେ ଭିତରକନିକା ନିକଟ ନଦୀନାଳର ଉପରମୁଣ୍ଡକୁ ଉଠିଯାଇଥାନ୍ତି। ସେଥିପାଇଁ ବନ ବିଭାଗ ପକ୍ଷରୁ ଜନସେଚତନତା କରିବା ସହ ଡାଙ୍ଗମାଳ, ରାଜନଗର, ମହାକାଳପଡାରେ ଉଦ୍ଧାରକାରୀ ଟିମ୍ ନିୟୋଜିତ କରାଯାଇଛି।  

Bhitarkanika National Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ