Heavy Rush At Petrol Pumps In Bhubaneswar
ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ସିଆଇଟିୟୁ କର୍ମକର୍ତ୍ତା ଏବଂ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରି ରାସ୍ତାରୋକ କରାଯାଇଛି।
ଅନ୍ୟପକ୍ଷେ, ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହୋଇ ଗାଡ଼ିରେ ତେଲ ପକାଉଛନ୍ତି ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତି ଯାଏ ଲୋକମାନେ ପେଟ୍ରୋଲ ପମ୍ପରେ ଛିଡ଼ା ହୋଇ ତେଲ ପକାଇଥିଲେ। ଆଜି ସକାଳୁ ମଧ୍ୟ ଲୋକମାନେ ଲାଇନ୍ରେ ଛିଡ଼ା ହୋଇଥିବା ନଜର ଆସିଛି।ଧର୍ମଘଟରେ ପେଟ୍ରୋଲ ପମ୍ପ ସଂଘ ସାମିଲ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପିକେଟିଂ ଯୋଗୁ ଭଙ୍ଗାରୁଜା ଡରରେ ଭୁବନେଶ୍ୱରରେ ମଧ୍ୟାହ୍ନ ଯାଏ ପେଟ୍ରୋଲ ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟର ଅନ୍ୟ ସ୍ଥାନରେ କୌଣସି ପେଟ୍ରୋଲ ପମ୍ପ ବନ୍ଦ ନ ଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
‘ଭାରତ ବନ୍ଦ ଯୋଗୁ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆମେ ଶୁଣିବାକୁ ପାଇଲୁ। ତେଣୁ ଗାଡ଼ିରେ ତେଲ ପକାଇବା ପାଇଁ ଦେଢ଼ ଘଣ୍ଟା ହେଲାଣି ଲାଇନ୍ରେ ଛିଡ଼ା ହୋଇଛୁ। ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା’ ବୋଲି ଜଣେ ବ୍ୟକ୍ତି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us