Advertisment

ବନ୍ଦ ପାଇଁ ଅଟକିଲା ଟ୍ରେନ୍‌, ବସ୍...ଫସିଲା ଆମ୍ବୁଲାନ୍ସ

ଅଟକିଲା ଟ୍ରେନ୍‌...ଅଟକିଲା ବସ୍...କେଉଁଠି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍‌ ତ ଆଉ କେଉଁଠି ରାସ୍ତାରେ ଅପେକ୍ଷା କରିଛନ୍ତି ଲୋକେ। ଭାରତ ବନ୍ଦ ଡାକରା ଯୋଗୁ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Ambulance Stuck Due To Picketing

Ambulance Stuck Due To Picketing

Advertisment

ଅଟକିଲା ଟ୍ରେନ୍‌...ଅଟକିଲା ବସ୍...କେଉଁଠି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍‌ ତ ଆଉ କେଉଁଠି ରାସ୍ତାରେ ଅପେକ୍ଷା କରିଛନ୍ତି ଲୋକେ। ଭାରତ ବନ୍ଦ ଡାକରା ଯୋଗୁ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।  ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

Advertisment

ଭୁବନେଶ୍ୱର ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଛକରେ ବାମ ଦଳ ଓ ଶ୍ରମିକ ସଂଗଠନ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବହୁ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏପରି ହୋଇଥିଲା ଯେ, ଏମ୍ସ ଯାଉଥିବା ଏକ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିଥିଲା। ବିକ୍ଷୋଭକାରୀମାନେ ଅଟକାଇବାରୁ ଆମ୍ବୁଲାନ୍ସଟି ଶେଷରେ ଫେରି ଯାଇଥିଲା।

୧୨ ଦଫା ଦାବି ନେଇ ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ୪ଟି ଶ୍ରମକୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରି ବନ୍ଦ, ଅହେତୁକ ଦରଦାମ୍ ବୃଦ୍ଧି, ଇପିଏଫ ଜମା ଉପରେ ସୁଧହାର ହ୍ରାସ ଓ କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।  

Advertisment

Bharat Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ