Advertisment

ଆଶ୍ଚର୍ଯ୍ୟ!! ଘରେ ୨ଟା ବଲ୍‌କୁ ଗୋଟିଏ ଫ୍ୟାନ୍‌, ହେଲେ ବି ବିଲ୍‌ ଆସୁଛି ଦେଢ଼ ଲକ୍ଷ, କେମିତି..

ଟାଟା କମ୍ପାନୀର ବିଚିତ୍ର ବିଲ୍‌। ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲ ସାଙ୍ଗକୁ ବୁଲୁଛି ଗୋଟିଏ ଫ୍ୟାନ୍‌..ମାସ ଶେଷକୁ ବିଲ୍‌ ଆସୁଛି ଦେଢଲକ୍ଷ..

ଅଦ୍ୟତନ ହୋଇଛି
Electricity Bill

Electricity Bill

Advertisment

ଘରେ ଲାଗିଛି ଗୋଟିଏ ଫ୍ୟାନ ସାଙ୍ଗକୁ ଦୁଇଟି ବଲ୍‌ବ। ସିଏ ପୁଣି ଦିନରେ କେତେବେଳେ ଜଳୁଛି ତ ଆଉ କେତେବେଳେ ବନ୍ଦ ରହୁଛି । ହେଲେ ମାସ ଶେଷକୁ ବିଲ୍‌ ଆସିଛି ଦେଢ ଲକ୍ଷ ଟଙ୍କା । ଚମକି ପଡିଲେ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଟାଟା କମ୍ପାନୀ ଦେଇଥିବା ଏହି ବିଲ୍‌କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କେମିତି ଦେଢ ଲକ୍ଷ ଟଙ୍କା ଆସିଛି ବିଲ୍‌ । ମାତ୍ର ଗୋଟିଏ ଫ୍ୟାନ୍‌ ଓ ଦୁଇଟି ବଲବ୍‌ରେ ଏତେ ଟଙ୍କାର ବିଲ୍‌ କେମିତି ଆସିଲା ତାହାକୁ ନେଇ ସବୁଠି ଚର୍ଚ୍ଚା।

Advertisment

ଦୁଇଟି ବଲବ୍‌ ଓ ଗୋଟିଏ ଫ୍ୟାନ ଜଳିଲେ ମାସକୁ ବିଲ୍‌ ଆସୁଛି ଦେଢଲକ୍ଷ ଟଙ୍କା । ଆଉ ଏମିତି ଘଟଣା ଘଟିଛି ଗଂଜାମ ଜଗନ୍ନାଥପ୍ରସାଦ ଚଢ଼େୟାପଲ୍ଲୀ ଗାଁରୁ । ଏହି ଗାଁରେ ଦୁଇଝିଅଙ୍କ ସହ ରହୁଛନ୍ତି ପଙ୍କଜ ଗୌଡ । ରୋଜଗାର କହିଲେ ଦୁଇ ଝିଅ ମୂଲ ମଜୁରୀ କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳେ । ପଙ୍କଡ ବି ଆଉ କାମଧନ୍ଦା କରିପାରୁନାହାନ୍ତି । ଘର କହିଲେ ସରକାରଙ୍କ ପକ୍ଷରୁ ମିଳିଥିବା ଏହି ଇନ୍ଦିରାଆବାସ ଖଣ୍ଡକ । କାରଣ ବିଲ୍‌ ବାବଦରେ ଆସିଛି ୧,୬୫,୮୭୬ ଟଙ୍କା। ହୁଏତ ଏହା ଅସମ୍ଭବ କିନ୍ତୁ ଘଟଣାଟି ଘଟିଛି ଗଂଜାମ ଜିଲ୍ଲାରେ।

ଦିନକୁ ୧୦୦ କିମ୍ବା ୨୦୦ ରୋଜଗାର କରି ଆଣିଲେ ବଞ୍ଚିବା ପାଇଁ ଚିନ୍ତା କରୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ଏବେ ନିଦ ହଜାଇ ଦେଇଛି ପଙ୍କଜଙ୍କର । ଏତିକି ଲାଇଟ୍‌ ଓ ଫ୍ୟାନରେ ଏତେ ବିଲ୍‌ କେମିତି ଆସିଲା ସେନେଇ ବାରମ୍ବାର ବିଜୁଳି ବିଭାଗ କାର୍ଯ୍ୟାଳୟକୁ ଦୌଡୁଛନ୍ତି ପଙ୍କଜ । ହେଲେ ୟାଙ୍କ ଦୁଃଖ କେହି ଶୁଣୁନାହାନ୍ତି।

Advertisment

ଖାଲି ପଙ୍କଜ ନୁହେଁ ବରଂ ସେହି ଗାଁର ହରି ଗୌଡ଼ଙ୍କ ମଧ୍ୟ ବିଦ୍ୟୁତ ବିଲକୁ ନେଇ ସମାନ ଅଭିଯୋଗ । ପୂର୍ବରୁ ତାଙ୍କର ପ୍ରତିମାସରେ ମାସିକ ଦୁଇଶହ ଟଙ୍କା ମଧ୍ୟରେ ବିଦ୍ୟୁତ ବିଲ ଆସୁଥିଲା । ଏବେ ବିଭାଗ ପକ୍ଷରୁ ନୂଆ ମିଟର ବସାଇବା ପରେ ମାସିକ ଏକ ହଜାର ଟଙ୍କା ଲେଖାଏଁ ବିଲ ଆସୁଛି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ବି ବିଲ ସଂଶୋଧନ ହୋଇନଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଟାଟା କମ୍ପାନୀର ବାରମ୍ବାର ଏମିତି ଭୁଲ ପାଇଁ ହଇରାଣ ହେଉଛନ୍ତି ଶହଶହ ଲୋକ। ତେବେ କମ୍ପାନୀର ଏଭଳି ମାରଣନୀତିକୁ ଆଇନଜୀବୀ ମଧ୍ୟ ଦୃଢ ନିନ୍ଦା କରୁଛନ୍ତି। ଉପଭୋକ୍ତାଙ୍କୁ ଯେଉଁ ଭଳି ଭାବେ ହଇରାଣ ହରକତ କମ୍ପାନୀ କରୁଛି ଆଗକୁ ଏହା ବିରାଟ ଆନ୍ଦୋଳନ ରୂପ ନେବ ବୋଲି ସେ କହିଛନ୍ତି।

Advertisment

ସେପଟେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାଏ କହିଛନ୍ତି, ବିଜୁଳି ବିଭାଗ ଅଫିସରେ ଉପଭୋକ୍ତାମାନେ ଅଭିଯୋଗ କରନ୍ତୁ। ଯଦି କୌଣସି ଜାଗାରେ ଭୁଲ ଥିବ ତାହାକୁ ସୁଧାରି ଦିଆଯିବ ।

(ରିପୋର୍ଟର- ଗଂଜାମ ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା)

Electricity Bill Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ