ଲୋକେ ଖାଉଛନ୍ତି ପୋକରା ଛତୁଆ !

ବ୍ରହ୍ମପୁର ଜଗଦଳପୁରରେ ପୋକରା ଛତୁଆ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଉପଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କଲେ ଲୋକେ….

Berhampur : Pest infested Chhatua distributed in Jagadalpur anganwadi centre

ସରକାରୀ ସେବାର ନଗ୍ନ ଚିତ୍ର । ୫ ବର୍ଷ ହେବ ସରକାର ବାଣ୍ଟୁଛନ୍ତି ପୋକରା ଛତୁ ।  ବ୍ରହ୍ମପୁର ଜଗଦଳପୁର ଅଞ୍ଚଳରେ ଗର୍ଭବତୀ, ପ୍ରସୂତୀ ଓ ଶିଶୁ ମାନଙ୍କୁ ପୋକ ସାଲୁବାଲୁ ଛତୁଆ ବଣ୍ଟାଯାଉଥିବା ନେଇ ଅଭିଯୋଗ କରାଯାଇଛି । ଜଗଦଳପୁର ଗ୍ରାମ ପଞ୍ଚାୟତର କିଛି ହିତାଧିକାରୀ ଏ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୫ବର୍ଷ ହେଲାଣି ଅଙ୍ଗନବାଡ଼ି ମାଧ୍ୟମରେ ଏଭଳି ପୋକରା ଛତୁଆତୁ ବଣ୍ଟନ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମିତିକି ଛତୁଆ ପ୍ୟାକେଟ ଗୁଡ଼ିକୁ ଆଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସବ ସର୍ମ୍ମୁଖରେ ସିଲ୍ ଥିବା ପ୍ୟାକେଟକୁ ଖୋଲି ପୋକ ଗୁଡ଼ିକୁ ଲୋକଙ୍କୁ ଦେଖାଇଥିଲେ । ଏହାସହ ସେମାନେ ଡେପୁଟି କଲେକ୍ଟରଙ୍କୁ ମଧ୍ୟ ପୋକ ଲାଗିଥିବା ଗୋଟିଏ ପ୍ୟାକେଟ ପ୍ରଦାନ କରିଥିଲେ ।

ତେବେ ବାରମ୍ୱାର ଏଭଳି ଅଭିଯୋଗ ସତ୍ତ୍ୱେ ଉପରିସ୍ଥ ଅଧିକାରୀଙ୍କୁ ଧରି ଘଟଣାକୁ ଚାପି ଦିଆଯାଉଥିବାର ଅଭିଯୋଗ ହୋଇଛି । ତେଣୁ ଯାଞ୍ଚ କରିବାକୁ ଯାଉଥିବା ଅଧିକାରୀମାନେ ଅଚାନକ ଯାଇ ଯାଞ୍ଚ କଲେ ସତ୍ୟତା ଜଣାପଡ଼ିବ ବୋଲି କହିଛନ୍ତି ଅଭିଯୋଗକାରୀ । ହେଲେ ଯାଂଚ ସମୟରେ ଭିତିରିଆ ସୂଚନା ଦେଇ ଯାଉଥିବାରୁ ଭଲ ଛତୁଆ ପ୍ୟାକେଟ ଦେଖାଉଥିବା ଅଭିଯୋଗ ହୋଇଛି । ତେବେ ଏହାର ସଠିକ ଯାଞ୍ଚ ନହେଲେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ଏ ନେଇ ପ୍ରଶାସନିକ ସ୍ତରରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।