Advertisment

ତପସ୍ୱିନୀ କହିଲେ- ‘ସମ୍ପର୍କ ଠିକ୍‌ ଥିଲା’, ହେଲେ ସୁମିତଙ୍କ....

କେଉଁଠି ଅଛନ୍ତି ଡାକ୍ତର ସୁମିତ ? ସ୍ୱାମୀ ଡାକ୍ତର ସୁମିତ ସାହୁ କେଉଁ ଆଡ଼େ ଚାଲି ଯାଇଥିବା ଖୋଦ୍ ପତ୍ନୀ ତପସ୍ୱିନୀ ଅଭିଯୋଗ କରିଛନ୍ତି। ହେଲେ ଏହା ଉପରେ ସୁମିତଙ୍କ ଓକିଲ ସଫେଇ ରଖିଛନ୍ତି।

ଅଦ୍ୟତନ ହୋଇଛି
Berhampur Marital Discord Case

Berhampur Marital Discord Case

Advertisment

ବ୍ରହ୍ମପୁର: କେଉଁଠି ଅଛନ୍ତି ଡାକ୍ତର ସୁମିତ ? ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ତପସ୍ୱିନୀ ଦାସଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁ କେଉଁ ଆଡ଼େ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଖୋଦ୍ ପତ୍ନୀ ତପସ୍ୱିନୀ ଏନେଇ ଅଭିଯୋଗ କରିଛନ୍ତି। ଡଃ ସୁମିତ କେଉଁଆଡ଼େ ଫେରାର ହୋଇ ଯାଇଥିବା ନେଇ ଗତକାଲିଠୁ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ସଫେଇ ରଖିଛନ୍ତି ତାଙ୍କ ଓକିଲ। ସୁମିତ କେଉଁଆଡ଼େ ଫେରାର ହୋଇ ନାହାନ୍ତି। ବରଂ ସେ ଏବେ ବାଲିସିରାରେ ଅଛନ୍ତି ବୋଲି ସୁମିତଙ୍କ ଓକିଲ କହିଛନ୍ତି। ପ୍ରକୃତରେ କିଏ କହୁଛନ୍ତି ସତ ? ସୁମିତଙ୍କ ଓକିଲ ନା ସୁମିତଙ୍କ ପତ୍ନୀ ତପସ୍ୱିନୀ ଦାସ, ଏନେଇ ଏବେ ପ୍ରଶ୍ନ ଉଠିଛି। 

Advertisment

ଉଜୁଡ଼ା ସଂସାରକୁ ନୂଆ କରି ଗଢ଼ିବାକୁ କୋର୍ଟ ଦେଇଥିଲେ ୭ ଦିନ ସମୟ। ଯଦିଓ ଏହି ସମୟରେ ସ୍ୱାମୀସ୍ତ୍ରୀ ଏକାନ୍ତରେ ରହିଥିଲେ, ହେଲେ ଏ ଯାଏ ଉଭୟଙ୍କ ମନ ମିଶି ନଥିବା ଜଣାପଡ଼ିଛି। ସ୍ୱାମୀ କେଉଁଆଡ଼େ ଚାଲି ଯାଇଥିବା ନେଇ ତପସ୍ୱିନୀ ଅଭିଯୋଗ କରିଛନ୍ତି। ତପସ୍ୱିନୀ ଅଭିଯୋଗ ଆଣିଛନ୍ତି, ‘ସେ(ସ୍ୱାମୀ ସୁମିତ) ୭ ଦିନ ମଧ୍ୟରେ ଫେରାର ହେବାକୁ ଯୋଜନା କରିଥିଲେ। ସେ ୨ଟି ଫୋନ୍‌ ତାଙ୍କ ପାଖରେ ରଖିଥିଲେ। ଯେହେତୁ ଗୋଟିଏ ଫୋନ୍‌ ଟ୍ରାକ୍‌ ହେଉଥିଲା, ତେଣୁ ଆଉ ଏକ ଫୋନ୍‌ରେ ସେ ଅନ୍ୟମାନଙ୍କ ସହ କଥା ହେଉଥିଲେ। ଯଦି ସେ ୭ ଦିନ ମଧ୍ୟରେ ଫେରାର ହୋଇଯାଇଥାନ୍ତେ, ତା’ହେଲେ ପ୍ରମାଣିତ ହୋଇ ଯାଇଥାନ୍ତେ ଯେ ସେ ଏବେବି ଯୋଗାଯୋଗରେ ଅଛନ୍ତି। ଯେତେବେଳେ କୁହାଗଲା, ତୃତୀୟ ବ୍ୟକ୍ତି ଯୋଗାଯୋଗ କରିପାରିବେ, ସେହି ଦିନରୁ ହିଁ ସେ ଫେରାର ହେବା ପାଇଁ ଯୋଜନା କରିଥିଲେ। ଏନେଇ ଆସିକା ଆଇଆଇସି ମୋତେ ଅବଗତ କରାଇଥିଲେ। ଚାପ ପଡ଼ୁଥିବା ନେଇ ଆଇଆଇସି କହିଥିଲେ। ତେଣୁ ପୋଲିସ୍‌ ଏଥିରେ କିଛି କରିପାରିବନି। ଯାହା କରିବ ଆପଣ କରନ୍ତୁ ବୋଲି ଆଇଆଇସି କହିଥିଲେ। ଏହାପରଠୁ ମୁଁ ତାଙ୍କୁ ଜଗି ଥିଲି’

ତପସ୍ୱିନୀ ଆହୁରି କହିଛନ୍ତି, ‘ଖାଇବା ରଖିବାକୁ ଯାଇଥିବା ବେଳେ ୨ ମିନିଟ୍‌ ମଧ୍ୟରେ ସେ ପୋଲିସ୍‌ ସାମ୍ନାରେ ଫେରାର ହୋଇଯାଇଥିଲେ। ବାହାରେ ସ୍କୁଟିରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ ସହ ସେ ଫେରାର ହୋଇଯାଇଥିଲେ। ଏହି ୭ ଦିନ ମଧ୍ୟରେ ଆମ ଭିତରେ ସବୁକିଛି ଠିକ୍‌ ଥିଲା। ଅଫିସ୍‌ ଯିବା ପୂର୍ବରୁ ସେ ମୋତେ କହିକି ଯାଆନ୍ତି। ହେଲେ ଗତକାଲି ହଠାତ୍‌ ସେ କେଉଁଆଡ଼େ ପଳାଇ ଯାଇଛନ୍ତି। ହସ୍ପିଟାଲ୍‌ ଯାଇଥିବା ନେଇ ସେ ଆଇଆଇସିଙ୍କୁ ମେସେଜ୍‌ କରିଥିଲେ। ହେଲେ ସେ ହସ୍ପିଟାଲ୍‌ରେ ନଥିଲେ। କିଛି ସମୟ ପରେ ଆଇଆଇସିଙ୍କୁ ଖବର ମିଳିଥିଲା, ୪ ଦିନ ପାଇଁ ସେ ଛୁଟି ଆବେଦନ କରିଛନ୍ତି।’

Advertisment

ସୁମିତ ଫେରାର ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି, ଏନେଇ ସୁମିତଙ୍କ ଓକିଲ କହିଛନ୍ତି, ‘ଡଃ ସୁମିତଙ୍କ ଶରୀର ଅସୁସ୍ଥତା ଯୋଗୁ ୫ ଦିନ ଛୁଟି ଆବେଦନ କରି ବାଲିସିରାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ କରୁଛନ୍ତି। ଡଃ ସୁମିତଙ୍କ କହିବା ଅନୁସାରେ, ଏହି ୭ ଦିନ ମଧ୍ୟରେ ସେମାନଙ୍କ ମନ ମିଶି ନାହିଁ। ଏପରିକି ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ମଧ୍ୟ ହୋଇ ନାହିଁ। ବାଲିସିରାରେ ଜଣେ ବନ୍ଧୁଙ୍କ ଘରେ ଡଃ ସୁମିତ ଅଛନ୍ତି। ଶରୀର ଅସୁସ୍ଥ ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ତପସ୍ୱିନୀଙ୍କ ପାଇଁ ଭଡ଼ା ଘର ଖୋଜୁଥିବା କହିଛନ୍ତି ସୁମିତଙ୍କ ଓକିଲ କହିଛନ୍ତି।

ଅନ୍ୟପକ୍ଷେ, ଗତକାଲି ଠାରୁ ସ୍ୱାମୀ ସୁମିତଙ୍କୁ ପାଉନଥିବା ନେଇ ପତ୍ନୀ ତପସ୍ୱିନୀ  ଆସିକା ଥାନାରେ ଅଭିଯୋଗ କରିଛନ୍ତି। ସୁମିତ ତାଙ୍କୁ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ତପସ୍ୱିନୀ ଆଣିଛନ୍ତି। ସ୍ୱାମୀ-ସ୍ତ୍ରୀ ଏକାନ୍ତରେ ୭ ଦିନ ରହିବା ପରେ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା ଆସିକା ପୋଲିସ୍। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ହେବ। ହେଲେ ଏହା ପୂର୍ବରୁ ସୁମିତ୍ ଫେରାର ନେଇ ପତ୍ନୀ ତପସ୍ୱିନୀ ଯେଉଁ ଅଭିଯୋଗ ଆଣିଛନ୍ତି ମାମଲାକୁ ପୁଣି ବିବାଦ ଭିତରକୁ ଠେଲିଛି।

Advertisment
Marital Discord Case Berhampur Marital Discord Case Tapaswini Das Dr Sumit Sahu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ