ଗିରି ମାର୍କେଟ୍‌ ଅବସ୍ଥା ନକହିଲେ ଭଲ, ଦୋକାନୀ ଏଠି ଜୀବନକୁ ପାଣି ଛଡ଼ାଇ କରୁଛନ୍ତି ବ୍ୟବସାୟ

କେଉଁଠି ଛାତରୁ ଖସୁଛି କଂକ୍ରିଟ୍ ତ ଆଉ କେଉଁଠି ଉଠିଗଲାଣି ଗଛ । ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ପଦାକୁ ଦିଶିଲାଣି । କାନ୍ଥ ବି ଫାଟି ଆଁ କଲାଣି ।

Giri Market

ବିପଦଶଙ୍କୁଳ ଅବସ୍ଥାରେ ବ୍ରହ୍ମପୁରର ସର୍ବବୃହତ୍ତ ବଜାର କମ୍ପ୍ଲେକ୍ସ ଗିରି ମାର୍କେଟ । କେତେବେଳେ ଯେ କ’ଣ ଅଘଟଣ ଘଟିବ ତା କହିବା ମୁସ୍କିଲ୍ । ଏଭଳି ସ୍ଥିତିରେ ସେଠାରେ ବେପାର ବଣିଜ କରୁଥିବା ଶତାଧତ୍କ ବ୍ୟବସାୟୀ, ତୁରନ୍ତ କୋଠାର ମରାମତି କରିବାକୁ ଦାବି କରିଛନ୍ତି ।

କେଉଁଠି ଛାତରୁ ଖସୁଛି କଂକ୍ରିଟ୍ ତ ଆଉ କେଉଁଠି ଉଠିଗଲାଣି ଗଛ । ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ପଦାକୁ ଦିଶିଲାଣି । କାନ୍ଥ ବି ଫାଟି ଆଁ କଲାଣି । ଏହା ହେଉଛି ବ୍ରହ୍ମପୁର ସହରର ସର୍ବବୃହତ୍ତ ଏବଂ ସର୍ବପୁରାତନ ମାର୍କେଟ, ଗିରି ମାର୍କେଟ । ୧୯୭୪ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଭି.ଭି ଗିରିଙ୍କ ନାଁରେ ନାମିତ ଓ ତାଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ମାର୍କେଟ୍ ଆଜି ସଂପୂର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ବି ଘଟିପାରେ କୌଣସି ଅଘଟଣ । ଏଭଳି ସ୍ଥିତିରେ ସେଠାରେ ଥିବା ଦୋକାନୀ ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଥିବା କହିଛନ୍ତି ।

କିଛିଦିନ ତଳେ ଏକ ବଡ଼ ସିମେଣ୍ଟ ଖଣ୍ଡ ଛାତରୁ ଖସିଥିଲା । ତେବେ ସୌଭାଗ୍ୟବଶତଃ କାହାରି କିଛି ହୋଇନାହିଁ । ପ୍ରତିବର୍ଷ ମହାନଗର ନିଗମ ୧୦ ପ୍ରତିଶତ ଭଡ଼ା ବୃଦ୍ଧି କରୁଥିବା ବେଳେ କାହିଁକି ଏହାର ରକ୍ଷଣାବେକ୍ଷଣ କରୁନାହିଁ ବୋଲି ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ କହିବା କଥା କୋଠାକୁ ବିପଦ ସଙ୍କୁଳ ଘୋଷଣା କରାଯାଇଛି । ବିଲ୍ଡିଂ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ ବି କରାଯାଇଛି । ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ କୋଠାର ରକ୍ଷଣାବେକ୍ଷଣ କରାଯିବ ବୋଲି କମିଶନର କହିଛନ୍ତି ।