Advertisment

ଜରିରୁ ତିଆରି କରୁଛନ୍ତି ସୁନ୍ଦର ଘରକରଣା ଜିନିଷ; କମଳାଙ୍କୁ ମୋଦିଙ୍କ ପ୍ରଶଂସା

ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍‌ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
undefined

Beautiful household items are being made from polythene

Advertisment

ସଂସଦରେ ରିସାଇକିଲ୍‌ ପ୍ଲାଷ୍ଟିକ୍‌ ବୋତଲରେ ତିଆରି ଜ୍ୟାକେଟ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍‌ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।

Advertisment

ମୋଦିଙ୍କ ‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର ମହିଳା କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଖୁବ ପ୍ରଶଂସା କରିଛନ୍ତି। କମଳା ଅଦରଆରୀ ଜରିରୁ ପେଡି, ପାଛିଆ, ଡାଲା ଓ ବିଛଣା ସାଙ୍ଗକୁ ଭଳିକି ଭଳି ପାପୋଛ ତିଆରି କରି ପାରୁଛନ୍ତି।

ଖାଲି ଏମିତି ନୁହେଁ, ଏହା ସହ ଟୋକେଇ, ମୋବାଇଲ୍‌ ଷ୍ଟାଣ୍ଡ୍‌, ମନଲୋଭା ମନିପର୍ସ ଓ ଘର ସଜ୍ଜା ସାମଗ୍ରୀ ବି ତିଆରି କରୁଛନ୍ତି। ଆଉ ଏସବୁ ତିଆରି ପାଇଁ କ୍ଷୀର ପ୍ୟାକେଟ୍ ଜରି, ଅଦରକାରୀ ପ୍ଲାଷ୍ଟିକ୍‌ ଓ ବ୍ୟବହୃତ ହୋଇସାରିଥିବା ବିଭିନ୍ନ ଜରିକୁ ସଂଗ୍ରହ କରି ସେଥିରେ ଆକର୍ଷଣୀୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରାପଡା ଖଇରାବାଦର କମଳା ମହାରଣା।

Advertisment

ବୟସ ୬୦ ଡେଇଁଲାଣି। ହେଲେ ଏ ବୟସରେ ସେ ଗଢିଛନ୍ତି ଏକ ସ୍ୱୟଂ ସହାୟକ ଗୋଷ୍ଠୀ। ଏଣେ ତେଣେ ପଡିଥିବା ବ୍ୟବହୃତ ପଲିଥିନକୁ ଏକାଠି କରି ପରିଷ୍କାର କରାଯାଏ। ପରେ ତାକୁ କାଟି ସେଥିରେ ବୁଣାଯାଏ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ବୋଲି ନିଜେ କମଳା ମହାରଣା କହିଛନ୍ତି।

କମଳାଙ୍କ ଉଦ୍ୟମ କୌଣସି ଚମତ୍କାରଠୁ ବି କମ୍ ନୁହେଁ। କାରଣ, ଅଦରକାରୀ ପଲିଥିନ କାମରେ ଲାଗିପାରୁଛି ଏବଂ ଅନ୍ୟପଟେ ପରିବେଶ ବି ସ୍ୱଚ୍ଛ ରହୁଛି। ସ୍ୱଚ୍ଛତା ସହ ରୋଜଗାରର ମାଧ୍ୟମ ପାଲଟିଛି କମଳାଙ୍କ ଏଭଳି ନିଆରା ଉଦ୍ୟମ। ପଲିଶ୍ରି ମେଳା ଓ ବିଭିନ୍ନ ପ୍ରଦର୍ଶନୀରେ ସେ ଏହି ହାତ ତିଆରି ସାମଗ୍ରୀକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି।

Advertisment

ସେପଟେ କଳାହାଣ୍ଡିରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତର ଏକ ନିଛକ ନିଦର୍ଶନ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରୋତ୍ସାହନ ରାଜ୍ୟର ଯୁବପିଢି ଓ ମହିଳାଙ୍କୁ ଉତ୍ସାହିତ କରିବ।

ତେବେ କେନ୍ଦ୍ରାପଡାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ଅନ୍ୟମାନଙ୍କୁ ପ୍ରେରଣା ଦେବ ନିଶ୍ଚୟ।

(କଳାହାଣ୍ଡିରୁ ରାଜକୁମାର ସିଂଦେଓ କେନ୍ଦ୍ରାପଡାରୁ ମନୋଜ ସ୍ୱାଇଁଙ୍କ ରିପୋର୍ଟ)

Mann Ki Baat Narendra Modi Polythene
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ