Puri Beach Connect
ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ପୁଣି ଥରେ ଆରମ୍ଭ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଆଜି ଭୋର ୫ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ୮.୩୦ ଯାଏଁ ଅନୁଷ୍ଠିତ ହୋଇଛି । ପୁରୀ ବେଳାଭୂମିକୁ ସ୍ୱଚ୍ଛ, ନିର୍ମଳ ଓ ଆବର୍ଜନାମୁକ୍ତ କରିବା ପାଇଁ ପୁରୀ ପୌରପାଳିକା ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ପ୍ରଥମ ଏକ ଘଣ୍ଟା ବେଳାଭୂମି ସଫେଇ ପରେ ବିଚ୍ ଯୋଗ, ବିଚ୍ ଭଲିବଲ୍, କୁଇଜ୍, ଫନି ଗେମ୍ସ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଣିକି ପ୍ରତି ରବିବାର ସକାଳେ ଏହି କାର୍ଯ୍ୟକ୍ରମ କରାଯିବ । ପରବର୍ତ୍ତୀ ସପ୍ତାହରେ ପେଣ୍ଠକଟା ସମେତ ଅପରିଷ୍କାର ହୋଇଥିବା ଅନ୍ୟ ବେଳାଭୂମିକୁ ନିୟମିତ ସଫା କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us