Advertisment

ରାଜ୍ୟ ପାଇଁ ଗୌରବ ଆଣିଲେ ବାରିପଦାର ଝିଅ

ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି

ରାଜ୍ୟ ପାଇଁ ଗୌରବ ଆଣିଲେ ବାରିପଦାର ଝିଅ

Priyanka

Advertisment

ବାରିପଦା(ମାନିକ୍‌ଲାଲ୍‌ ପାଣି): କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜରେ ପୁଣି ଜଣେ ସଫଳ ଯୁବତୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା । ଓପେରା ମିସ୍ ଇଣ୍ଡିଆର ରନସ୍ଅପ୍‌ ହୋଇ ମୁକୁଟ ପିନ୍ଧିଲେ ମୟୁରଭଞ୍ଜ ଜିଲ୍ଲାର ଝିଅ ପ୍ରିୟଙ୍କା । ପ୍ରିୟଙ୍କା ଅତ୍ୟନ୍ତ ଗରୀବ ଶ୍ରେଣୀ ପିଲା ବୋଲି ଜଣାପଡ଼ିଛି। ଅପେରା ମିସ୍ ଇଣ୍ଡିଆ ସିଜିନ୍ ଥ୍ରୀ ଅନ୍ ଲାଇନ୍ ଭର୍ଚୁଆଲ କନଟେଷ୍ଟରେ ମୟୁରଭଞ୍ଜ ସୁନ୍ଦରୀ ପ୍ରିୟଙ୍କା ଦୁଇ ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ।

Advertisment

ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି । ବାରିପଦାର ଜଣେ ୨୫ ବର୍ଷୀୟା ଯୁବତୀ ସର୍ବ ଭାରତୀୟ ସ୍ତରର ଦୁଇ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନସ୍ଅପ ହେବାର ସୌଭାଗ୍ୟ ପାଇଛନ୍ତି । ସେ ଅପେରା ମିସ୍ ଇଣ୍ଡିଆ ଫାଇନାଲକୁ ମନୋନୀତ ହୋଇଥିଲେ ଏହା ପରେ ପ୍ରିୟଙ୍କା ଜଣେ ଜାତୀୟ ସୁନ୍ଦରୀ ଭାବେ ପରିଚୟ ପାଇଛନ୍ତି ।ସଫଳତା ପଛରେ ବାପା ଓ ମାଙ୍କ ସମେତ ଫଟୋ ଗ୍ରାଫର ଡିଜାଇନର ଓ ମେକପ୍ ଆଟିଷ୍ଟଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଗତ ୨୦୨୦ ରେ ମୟୁରଭଞ୍ଜ ଜିଲ୍ଲାର ଜଣେ ଝିଅ ଏହି କନଟେଷ୍ଟ୍‌ରେ ପ୍ରଥମ ହୋଇଥିଲେ ଏବେ ପୁଣି ୨୦୨୧ ରେ ମୟୁରଭଞ୍ଜ ଜିଲ୍ଲା ସମଗ୍ର ଦେଶରେ ଏହି ଟାଇଟେଲ ହାସଲ କରିଛନ୍ତି ।

Advertisment

ପ୍ରିୟଙ୍କା ବାରିପଦା ପୋଡାଅସ୍ତିଆ ହାଇସ୍କୁଲରୁ ମାଟ୍ରିକ୍,ତାପରେ ଏମ୍,ଟି,ସି ଜୁନିଅର କଲେଜରୁ ଯୁକ୍ତ ଦୁଇ ଏବଂ ଉଦଳା କଲେଜରୁ ଡିଗ୍ରୀ ହାସଲ କରିଥିଲେ । ଛୁଆଟି ବେଳୁ ସେ ମ୍ୟୁଜିକ୍, ଡ୍ୟାନ୍ସ,ସହ ଫିଲ୍ମ ସିରିଏଲ୍‌ରେ ହିରୋଇନ୍ ହେବାକୁ ରୁଚି ରଖିଥିଲେ। ଆଉ ଏହି ରୁଚି ତାଙ୍କୁ ସଫଳତାର ପାହାଚ ଆଡ଼କୁ ଟାଣି ନେଉଛି ।ସେ ଚଳିତ ବର୍ଷ ଆଗ୍ରାରେ ହେଉଥିବା ଅପେରା ମିସ୍ ଇଣ୍ଡିଆର ‍ଭରଚୁଆଲ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବଂ ଆଦିବାସୀଙ୍କ ଚାଲିଚଳନୀ ସଂସ୍କୃତି ବେଶଭୂଷା ଆଦିର ବିଭିନ୍ନ ବାର୍ତ୍ତାକୁ ମଡେଲିଙ୍ଗ ମାଧ୍ୟମରେ ଉପସ୍ଥାପନା କରି ଜଜଙ୍କ ମନ ଜିତି ପାରିଛନ୍ତି ।

ପ୍ରିୟଙ୍କାଙ୍କ ବାପା ଜଣେ ସାଧାରଣ ବ୍ୟବସାୟୀ ହୋଇଥିବା ବେଳେ ମା’ ଜଣେ ଗୃହିଣୀ , ପ୍ରିୟଙ୍କାଙ୍କ ମୁକୁଟ ଏବଂ ମେଡାଲ ଆସିବା ପରେ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଓପେରା ମିସ୍ ଇଣ୍ଡିଆ ଆୟୋଜକ ମାନେ ପ୍ରିୟଙ୍କା ଙ୍କୁ ଆଗକୁ ଆଲୋବମ୍,ଟେଲି ସିରିଏଲ୍,ମ୍ୟୁଜିକ୍ ଆଦିରେ ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମଲ୍ଟି ଟେଲେଣ୍ଟ ଷ୍ଟାଇଲିଷ୍ଟ ପ୍ରିୟଙ୍କା ଆଗ୍ରାରେ ହେବାକୁ ଥିବା ଅପେରା ମିସ୍ ୟୁନିଭରସ୍ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।

Advertisment
Odisha News Mayurbhanj Baripada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ