Advertisment

କୁବେର ଇଞ୍ଜିନିୟରଙ୍କ କାରନାମା, ଘରୁ ମିଳିଲା ନଗଦ ୪୧ ଲକ୍ଷ ଟଙ୍କା

ଭିଜିଲାନ୍ସ ଇତିହାସରେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ ନୂଆ ରେକର୍ଡ କରିଛନ୍ତି। ତାହା ପୁଣି ଭଲରେ ନୁହେଁ ମନ୍ଦରେ । ଭିଜିଲାନ୍ସ ରେଡ୍‌ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ OPHWCର ପ୍ରତାପ ସାମଲଙ୍କୁ ଟପି ଯାଇଛନ୍ତି।

ଅଦ୍ୟତନ ହୋଇଛି
vigilance raid

vigilance raid

Advertisment

ବାରିପଦା: ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷ( ITDA)ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ଭିଜିଲାନ୍ସ ରେଡ୍‌ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ ସମସ୍ତଙ୍କୁ ଟପି ଯାଇଛନ୍ତି। ସନ୍ତୋଷଙ୍କ ଘରୁ ଭିଜିଲାନ୍ସ ଟିମ୍‌ ନଗଦ ୪୧ ଲକ୍ଷ ୭୭ ହଜାର ଠାବ କରିଛି। କିଛି ଦିନ ଭିତରେ ଭିଜିଲାନ୍ସ ରେଡ୍‌ ସମୟରେ ନଗଦ ଟଙ୍କା ଜବତ ହେବାରେ ଏହା ସର୍ବାଧିକ ବୋଲି କୁହାଯାଉଛି।

Advertisment

ଖାଲି ଲକ୍ଷାଧିକ ଟଙ୍କା ନୁହେଁ ସନ୍ତୋଷଙ୍କ ଘରୁ ୨ ହଜାର ଟଙ୍କିଆ ନୋଟ୍‌ ରୁପା ପ୍ରତିକୃତି ମଧ୍ୟ ଜବତ ହୋଇଛି। ଏହାସହ ୬୫୯ ଗ୍ରାମ୍‌ର ସୁନା ଜବତ ହୋଇଛି। ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ୪ ତାଲା କୋଠା ଘର, ବାଲେଶ୍ୱରରେ ୪ ତାଲା ବିଶିଷ୍ଟ ଘର, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, ଭୁବନେଶ୍ୱର କଳିଙ୍ଗ ବିହାରରେ ଅଧା ତିଆରି କୋଠା, ବାଲେଶ୍ୱରରେ ୩ଟି ପ୍ଲଟ୍‌ ସନ୍ତୋଷଙ୍କ ନାଁରେ ଥିବା ଜଣାପଡ଼ିଛି। ସେହିପରି ସନ୍ତୋଷଙ୍କର ଗୋଟିଏ ୪ ଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି। 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସନ୍ତୋଷଙ୍କ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ତେବେ ରେଡ୍ ସମୟରେ ସନ୍ତୋଷଙ୍କ ଘରୁ ଭିଜିଲାନ୍ସ ଟିମ୍‌ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଠାବ କରିଛି। ଘରୁ ନଗଦ ଟଙ୍କା ମିଳିବାରେ ଟପ୍ ୭ ଜଣଙ୍କ ତାଲିକା ଭିଜିଲାନ୍ସ ବିଭାଗ ଦେଇଛି। 

Advertisment

୧-ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରୁ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଠାବ
୨-OPHWCର ପ୍ରତାପ ସାମଲଙ୍କ ଘରୁ ନଗଦ ୩୮ ଲକ୍ଷ ଟଙ୍କା ଠାବ
୩- ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ RO ନରୋତ୍ତମ ବେହେରାଙ୍କ ଘରୁ ନଗଦ ୧୬.୫୦ ଲକ୍ଷ ଟଙ୍କା ଠାବ
୪- ଭବାନୀପାଟଣା ସ୍ପେଶାଲ ପିପି ଆଶୁତୋଷ ମିଶ୍ରଙ୍କ ଘରୁ ନଗଦ ୧୫.୬୦ ଲକ୍ଷ ଟଙ୍କା ଠାବ
୫- ବାଲିଗୁଡ଼ା PA ITDA ମୁଖ୍ୟ କିରାଣି ବସନ୍ତ ପାଣିଙ୍କ ଘରୁ ନଗଦ ୧୩.୨୫ ଲକ୍ଷ ଟଙ୍କା ଠାବ
୬- ଷ୍ଟାଫ୍ ସିଲକ୍ସନ କମିଶନଙ୍କ ସଚିବ ବିରଞ୍ଚି ସାହୁଙ୍କ ଘରୁ ନଗଦ ୧୨.୪୬ ଲକ୍ଷ ଟଙ୍କା ଠାବ
୭- ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁଙ୍କ ନିକଟରୁ ନଗଦ-୧୦.୦୭ ଲକ୍ଷ ଟଙ୍କା ଠାବ

Vigilance Raid ITDA Asst Engineer Santosh Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ