Advertisment

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ, ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର

ପୋଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଅଭିଯୋଗ ମାମଲାରେ ବରଗଡ଼ ଟାଉନ ଥାନାର ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଟାଉନ ଥାନାର ଜଣେ ସବ୍-ଇନ୍ସପେକ୍ଟର ଏବଂ ୨ ଜଣ ASIଙ୍କୁ କାର୍ଯ୍ୟାନ୍ତର କରାଯାଇଛି।

ଅଦ୍ୟତନ ହୋଇଛି
Bargarh Custodial Death

Bargarh Custodial Death

Advertisment

ବରଗଡ଼: ପୋଲିସ ହେପାଜତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଅଭିଯୋଗ ମାମଲାରେ ବରଗଡ଼ ଟାଉନ ଥାନାର ୪ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଟାଉନ ଥାନାର ଜଣେ ସବ୍-ଇନ୍ସପେକ୍ଟର ଏବଂ ୨ ଜଣ ASIଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଜଣେ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟାନ୍ତର ନେଇ ବରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି। ଏହାସହ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗର ବିଚାର ବିଭାଗୀୟ ଓ HRPC ତଦନ୍ତ ହେବ।

Advertisment

ଯୁବକଙ୍କ ମୃତ୍ୟୁ ପରେ ହୋଇଥିବା ଗଣ୍ଡଗୋଳ, ପୋଲିସ ଲାଠିମାଡ଼ର ସମୀକ୍ଷା ପାଇଁ ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ବରଗଡ଼ରେ ପହଞ୍ଚିଛନ୍ତି। ଏସ୍‌ପିଙ୍କ ଅଫିସରେ ଡିଆାଇଜି ଶାନ୍ତି କମିଟିର ଏକ ବୈଠକ ଡାକିଥିଲେ। ଘଟଣାକୁ ନେଇ ଡିଆାଇଜି ଦୁଃଖପ୍ରକାଶ କରିବା ସହ ୨ଟି ପୃଥକ ପୃଥକ ତଦନ୍ତ ହେବ ବୋଲି କହିଛନ୍ତି। ତଦନ୍ତରେ ଜିଲ୍ଲା ପୋଲିସ ସାମିଲ ହେବ ନାହିଁ।  ସମସ୍ତ ଗାଇଡ୍‌ଲାଇନ୍‌କୁ ପାଳନ କରି ସ୍ୱାଧୀନ ଭାବେ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି ଡିଆଇଜି।  

ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଯୁବକଙ୍କ ପତ୍ନୀଙ୍କୁ ଏକ ଚାକିରି ଦିଆାଯିବ ବୋଲି ଡିଆଇଜି କହିଛନ୍ତି। ସୂଚନାଥାଉ କି, ଗତ ଜୁଲାଇ ମାସ ୨୦ ତାରିଖରେ ମାଡପିଟ ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲାକୁ ରୁଜୁ ହୋଇଥିଲା। ବରଗଡ ତୋରା ଗ୍ରାମର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ଶୁକ୍ରବାର ରାତିରେ ଟାଉନ ଥାନାକୁ ଉଠାଇ ଆଣିଥିଲା। ଶନିବାର ସକାଳେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଖେଦାପାଲି ସ୍ଥିତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ତେବେ ଡାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।

Advertisment
Bargarh Custodial Death Police Personnel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ