Baramunda Bus Stand
ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍ ଷ୍ଟାଣ୍ଡ। ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ତାସହ ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ ୯ଶହ ବର୍ଗଫୁଟ ପରିମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯିବ। ଯେଉଁଠି ଡିଜିଟାଲ ଜ୍ଞାନକୌଶଳ ଜରିଆରେ ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଉପସ୍ଥାପନ କରାଯିବ।
୧୫.୫ ଏକର ପରିମିତ ଜମିରେ ବରମୁଣ୍ଡା ବସଷ୍ଟାଣ୍ଡ ଦୈନିକ ୩୦ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ। ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ସହ ନିରାପତ୍ତା ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707151757.jpg)