Advertisment

ଜରାଜୀର୍ଣ୍ଣ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡ଼ଖାଇ, ହଜିବାକୁ ବସିଛି ଐତିହ୍ୟ କୀର୍ତ୍ତିରାଜି

ଅବହେଳିତ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡଖାଇ । ପୁନରୁଦ୍ଧାର ନେଇ ହେଉଛି ଯୋଜନା, ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ। ମେୟର କହିଲେ, ASI ନେଇଛି ଦାୟିତ୍ୱ, ବର୍ଷା ପରେ ହେବ କାମ ।

ଅଦ୍ୟତନ ହୋଇଛି
Barabati fort

Barabati fort

Advertisment

ଅବହେଳିତ ଅବସ୍ଥାରେ ହଜାରେ ବର୍ଷରୁ ଉର୍ଦ୍ଧ୍ୱ କଟକ ବାରବାଟୀ ଦୁର୍ଗର ଗଡ଼ଖାଇ। ଗୌରବମୟ ଐତିହ୍ୟ ଓ ଭାସ୍କର୍ଯ୍ୟ କଳାର ପ୍ରତୀକ ଭାବେ ପରିଚିତ ବାରବାଟୀ ଦୁର୍ଗ ଓ ଗଡ଼ଖାଇ ଏବେ ଅବକ୍ଷୟମୁଖୀ। ଏହାର ପୁନରୁଦ୍ଧାର ପାଇଁ ବହୁ ଯୋଜନା କରାଯାଉଥିଲେବି ଫଳ ଶୂନ ଥିବା ଅଭିଯୋଗ କରିଛନ୍ତି କଟକ ବାସିନ୍ଦା।

Advertisment

ଜରାଜୀର୍ଣ୍ଣ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡ଼ଖାଇ । ନା ରକ୍ଷଣାବେକ୍ଷଣ କରାଯାଉଛି ନା ଅଛି ପ୍ରଶାସନିକ ତତ୍ପରତା । ହଜିବାକୁ ବସିଛି ଶତାଧିକ ବର୍ଷର ଐତିହ୍ୟ କୀର୍ତ୍ତିରାଜି । କଟକ କଥା ଉଠିଲେ ଆଖି ଆଗରେ ନାଚି ଯାଏ ବାରବାଟୀ ଦୁର୍ଗ ଓ ଗଡଖାଇର ଚିତ୍ର । କାହିଁ କେତେ ଗୌରବମୟ ଘଟଣା ଦେଖିଛି ଏହି ଦୁର୍ଗ। କେତେ ଶତ୍ରୁଙ୍କ ଆଗରେ ଢାଲ ହୋଇ ଛିଡା ହୋଇ ନିଜର ଅସ୍ତିତ୍ୱ ବଜାୟ ରଖିଛି ଗଡଖାଇ। ତେବେ ଏହାର ପୁନରୁଦ୍ଧାର ପାଇଁ ବହୁ ଯୋଜନା କରାଯାଉଥିଲେବି ଫଳ ଶୂନ ଥିବା ଅଭିଯୋଗ କରିଛନ୍ତି କଟକ ବାସିନ୍ଦା। 

ଅନ୍ୟପକ୍ଷରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ଗଡ଼ଖାଇର ପୁନରୁଦ୍ଧାର କାମ । ପାଇଁ ସିଏମସି ଟଙ୍କା ପୈଠ କରିସାରିଥିବା କହିଛନ୍ତି ମେୟର ସୁବାସ ସିଂ । ବର୍ଷା ଯୋଗୁ ଦଳ କାଢ଼ିବା, ପଥର ପ୍ରାଚୀର ନିର୍ମାଣ କାମ ବନ୍ଦ ଥିବା ସେ ସୂଚନା ଦେଇଛନ୍ତି । ଏହି ପୁରାତନ କୀର୍ତ୍ତିରାଜିର ସୁରକ୍ଷା କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢିପାରନ୍ତା ବୋଲି ଆଶା ପ୍ରକାଶ ପାଇଛି ।

Advertisment

CMC Barabati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ