Advertisment

ସ୍କ୍ରିନ୍‌ ଶେୟାର କରି ଫସିଗଲେ ବ୍ୟାଙ୍କ କର୍ମଚାରୀ, ସାର୍ଟ କିଣିବା ଚକ୍କରରେ ଚାଲିଗଲା...

ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

Bank manager duped over lakhs of rupees by cyber fraudsters

Bank manager duped over lakhs of rupees by cyber fraudsters

Advertisment

ଲୋକଙ୍କୁ ପ୍ରଲୋଭନ ଦେଖାଇ କିମ୍ବା ଅନ୍ୟ ଉପାୟ ଆପଣାଇ ସାଇବର ଠକମାନେ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ଆପଣଙ୍କର ଟିକିଏ ଅସାବଧାନତା ଯୋଗୁ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ। ଏପରି କିଛି ଠକାମିର ଶିକାର ହୋଇଛନ୍ତି ବ୍ୟାଙ୍କ କର୍ମଚାରୀ। ମନପସନ୍ଦର ସାର୍ଟ କିଣିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମନପସନ୍ଦର ସାର୍ଟ ତ ଆସିଲାନି, କିନ୍ତୁ ଫେରସ୍ତ ବେଳେ ଅନ୍‌ଲାଇନ୍ ଠକେଇର ଶିକାର ହୋଇ ୧ ଲକ୍ଷରୁ ଅଧିକ ଟଙ୍କା ବ୍ୟାଙ୍କ କର୍ମଚାରୀ ଜଣକ ହରାଇଛନ୍ତି। ସ୍କ୍ରିନ୍ ଶେୟାର ଆପ୍ଲିକେସନ ଏନି ଡେସ୍କ(AnyDesk)କୁ ବ୍ୟବହାର କରି ସାଇବର ଠକମାନେ ବ୍ୟାଙ୍କ କର୍ମଚାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।

Advertisment

ସୂଚନା ଅନୁସାରେ,  ବ୍ରହ୍ମପୁର ଖୋଡ଼ାସିଂ ରାମକୃଷ୍ଣ ନଗର ପଞ୍ଚମ ଲେନ୍‌ରେ ରହୁଥିବା ବ୍ୟାଙ୍କ କର୍ମଚାରୀ ଲକ୍ଷ୍ମୀନାରାୟଣ ପଣ୍ଡା ଗତ ମାସରେ ଏକ ଇ-କମର୍ସ ୱେବ୍‌ସାଇଟରୁ ସାର୍ଟ ଅର୍ଡର କରିଥିଲେ। ଗତ ୧୮ ତାରିଖରେ ସାର୍ଟ ଆସିଥିଲା। ହେଲେ ପସନ୍ଦ ନ ହେବାରୁ ସେ ଏହାକୁ ଫେରାଇବାକୁ ଚାହିଁଥିଲେ। ଏଥିଲାଗି ସେ ସମ୍ପୃକ୍ତ ଇ-କମର୍ସ ସାଇଟ୍‌ର କଷ୍ଟମର କେୟାର ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ। ହେଲେ କଷ୍ଟମର କେୟାର ସହ ତାଙ୍କର ଯୋଗାଯୋଗ ହୋଇପାରିନଥିଲା। କିନ୍ତୁ ଏହାପରେ ସେପଟୁ ଗୋଟିଏ କଲ୍ ଆସିଲା। 

ସମ୍ପୃକ୍ତ କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ୍‌ କହିଥିଲେ କି, ଅନ୍‌ଲାଇନ୍‌ରେ ରିଟର୍ଣ୍ଣ ସମ୍ଭବ ହେଉନି। ଏଣୁ ଆପଣ AnyDesk ଡାଉନଲୋଡ୍ କରନ୍ତୁ। ଲକ୍ଷ୍ମୀନାରାୟଣ AnyDesk ଡାଉନଲୋଡ୍‌ କରି ଏହାର କୋଡ୍ ନମ୍ବର ସମ୍ପୃକ୍ତ କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଦେଇଥିଲେ। ଆଉ ଏହି କୋଡ୍‌କୁ ବ୍ୟବହାର କରି କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ୍‌ ନାଁରେ ଏସବୁ କରୁଥିବା ସାଇବର ଠକ ଲକ୍ଷ୍ମୀନାରାୟଣଙ୍କ ମୋବାଇଲ୍‌ରେ ଥିବା ସମସ୍ତ ୟୁପିଆଇ ଆଡ୍ରେସକୁ ହ୍ୟାକ୍‌ କରିଥିଲା। ଆଉ ୧ ଲକ୍ଷ ୨୭ ହଜାର ଟଙ୍କା ଲୁଟି ନେଇଥିଲା। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରୁଛି। 

Advertisment
Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ