Advertisment

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା, କଡ଼ା ନିର୍ଦ୍ଦେଶ ଲାଗୁ

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ।

Ban On Carrying Smartphones Inside Puri Srimandir

Ban On Carrying Smartphones Inside Puri Srimandir

Advertisment

ସରିଲା ବର୍ଷ ୨୦୨୨, ଆସିଲା ନୂଆବର୍ଷ ୨୦୨୩। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ସମସ୍ତେ। ନୂଆ ଭାବନା, ନୂଆ ଆଶା, ନୂଆ ଉଦ୍ଦୀପନା ସହିତ ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଶାନ୍ତି ଆଣିଦେଉ। ଏହି କାମନା ସମସ୍ତେ କରୁଛନ୍ତି। ନୂଆବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। 

Advertisment

ଶ୍ରଦ୍ଧାଳୁ ମଧ୍ୟ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମରିଚିକୋଟ ଛକରୁ ବ୍ୟାରିକେଡ୍‌ରେ ଯାଇ ମନ୍ଦିର ଭିତରକୁ  ଶ୍ରଦ୍ଧାଳୁ ପ୍ରବେଶ କରୁଛନ୍ତି। ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାକୁ ପୁରୀ ବେଳାଭୁମିରେ ମଧ୍ୟ ଭୋରରୁ ଲୋକଙ୍କ ଭିଡ଼ ଜମିଛି।

ଅନ୍ୟପକ୍ଷେ, ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ସ୍ମାର୍ଟଫୋନ୍ ନନେବାକୁ କଡ଼ା ନିର୍ଦ୍ଦେଶ ରହିଛି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ।

Advertisment

ଜରୁରୀ ସେବା ପାଇଁ ମନ୍ଦିର ପରିସରରେ ଦୁଇଟି ସ୍ମାର୍ଟ ଫୋନ୍‌ ରହିବ। ଗୋଟିଏ ସ୍ମାର୍ଟ ଫୋନ୍ ଶ୍ରୀମନ୍ଦିର ଗାରଦ ଓ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିବ। ତେବେ କ୍ୟାମେରା ନଥିବା ଫିଚର୍ ଫୋନ ବ୍ୟବହାର ଉପରେ ସେବାୟତ କିମ୍ବା କର୍ମଚାରୀଙ୍କ ଉପରେ କଟକଣା ଲଗାଯାଇନାହିଁ। ମାତ୍ର ଶ୍ରଦ୍ଧାଳୁଙ୍କ ପାଇଁ ପୂର୍ବବତ୍ କଟକଣା ଜାରି ରହିଛି। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। 

Srimandir Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ