Advertisment

ରାମଲାଲାଙ୍କ ପ୍ରେମରେ ମତୁଆଲା ଭକ୍ତ; ସାଇକେଲ୍‌ରେ ବାହାରିଲେ ଅଯୋଧ୍ୟା..

ଯୁବକ ଜଣକ ରାମଲାଲାଙ୍କ ପ୍ରେମରେ ମତୁଆଲା ହୋଇ ଶ୍ରୀରାମଙ୍କୁ ଦର୍ଶନ ପାଇଁ ସାଇକେଲରେ ବାହାରିଛନ୍ତି। ସୋର ଠାରୁ ଅଯୋଧ୍ୟା ପାଖାପାଖି ୯ ଶହ କିଲୋମିଟର ଦୂର ହୋଇଥିବା ବେଳେ ତାଙ୍କୁ ପହଂଚିବାକୁ ପାଖାପାଖି ୮ ଦିନ ରୁ ଉର୍ଦ୍ଧ ସମୟ ଲାଗିବ।

ଅଦ୍ୟତନ ହୋଇଛି
Cycle Yatra

Cycle Yatra

Advertisment

ବୃନ୍ଦାବନଙ୍କ ଅଯୋଧ୍ୟା ପ୍ରେମ। ରାମଲାଲାଙ୍କ ଦର୍ଶନ ପାଇଁ ଓଡ଼ିଶା ବାଲେଶ୍ୱରରୁ ବାହାରିଛନ୍ତି ସାଇକେଲ୍‌ରେ। ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ୧୩ ନମ୍ବର ୱାର୍ଡ ମୂଳେଶ୍ୱର ଗାଁର ବୃନ୍ଦାବନ ମଲ୍ଲିକ ଆଜି ସାଇକେଲରେ ଅଯୋଧ୍ୟା ବାହାରିଛନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକ ହନୁମାନ ମନ୍ଦିରରେ ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ପରେ ତାଙ୍କୁ ବିଜେପି ନେତା ରାକେଶ ମଲ୍ଲିକ ମିଠା ଦେଇ ତାଙ୍କୁ ଅଯୋଧ୍ୟା ଯିବାକୁ ଉତ୍ସାହିତ କରିଥିଲେ।

Advertisment

ଯୁବକ ଜଣକ ରାମଲାଲାଙ୍କ ପ୍ରେମରେ ମତୁଆଲା ହୋଇ ଶ୍ରୀରାମଙ୍କୁ ଦର୍ଶନ ପାଇଁ ବାହାରିଛନ୍ତି। ସୋର ଠାରୁ ଅଯୋଧ୍ୟା ପାଖାପାଖି ୯ ଶହ କିଲୋମିଟର ଦୂର ହୋଇଥିବା ବେଳେ ତାଙ୍କୁ ପହଂଚିବାକୁ ପାଖାପାଖି ୮ ଦିନ ରୁ ଉର୍ଦ୍ଧ ସମୟ ଲାଗିବ। ତେଣୁ ସୋର ଅଞ୍ଚଳର ଜଣେ ଯୁବକ ସାଇକେଲରେ ଯାତ୍ରା କରୁଥିବାରୁ ସ୍ଥାନୀୟଲୋକେ ବେଶ ଖୁସି ଅନୁଭବ କରିଛନ୍ତି। ଆଉ ଯୁବକଙ୍କୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି। ତେଣୁ କିଛି ସମୟ ପାଇଁ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ।

ପ୍ରତିଦିନ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ରାମଲାଲାଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇପଡୁଛନ୍ତି ଭକ୍ତ। କିଏ ସାଇକେଲ ତ କିଏ ଗାଡ଼ି ନେଇ ବାହାରି ପଡୁଛି ଅଯୋଧ୍ୟା ନଗରୀ। ହାଇଦ୍ରାବାଦର ପ୍ରଭୁ ରାମଲାଲାଙ୍କ ଦୁଇ ଭକ୍ତ ଏବେ ବାଇକ୍‌ରେ ଅଯୋଧ୍ୟା କରୁଛନ୍ତି । କିନ୍ତୁ ଦୁଇ ଜଣଙ୍କର ଯାତ୍ରାର ତରିକା ସମସ୍ତଙ୍କୁ ଚକିତ କରିଛି । କାରଣ ଏମାନଙ୍କର ଯାତ୍ରା ସମ୍ପୂର୍ଣ୍ଣ ରୂପରେ ଭିନ୍ନ ରହିଛି । ଏମାନେ ଆଖିରେ ପଟି ବାନ୍ଧି ମୋଟରସାଇକେଲରେ ଅଯୋଧ୍ୟାକୁ ଯାଉଛନ୍ତି । ଉଭୟ ବୃତ୍ତିରେ ଯାଦୁକର ଭାବରେ କାମ କରନ୍ତି ।

Advertisment

ବାସ୍ତବରେ, ଉଭୟ ଯାଦୁକରଙ୍କ ନାମ ହେଉଛି ମାରୁତି ଯୋଶୀ ଓ ରାମକୃଷ୍ଣ। ଦୁହେଁ ହାଇଦ୍ରାବାଦ ନିକଟ ଶ୍ୟାମସବାଦର ବାସିନ୍ଦା। ଯେତେବେଳେ ତାଙ୍କୁ ପଚରାଗଲା ଅଯୋଧ୍ୟାକୁ ଆଖି ବୁଜି ମୋଟର ସାଇକେଲରେ ଯିବା ପଛର କାରଣ କଣ ?

ଦୁହେଁ କହିଥିଲେ ଯେ, ‘‘ଆମର ଏହି ଯାତ୍ରା ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଲୋକଙ୍କର ଶରୀରର ସମସ୍ତ ଅଙ୍ଗ ଓ ଇନ୍ଦ୍ରିୟଗୁଡିକ ସଠିକ୍ ଭାବରେ କାମ କରୁଥିଲେ ମଧ୍ୟ ଅନେକ ସମୟରେ ଲୋକମାନେ ରାସ୍ତାରେ ବେପରୁଆ ଭାବରେ ଗାଡି ଚଳାନ୍ତି। ଯେଉଁ କାରଣରୁ ରାସ୍ତାରେ ଯାଉଥିବା ଅନେକ ଲୋକଙ୍କର ଜୀବନ ବିପଦରେ ପଡ଼ିଥାଏ। ଯାହା ଦ୍ୱାରା ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଅପରପକ୍ଷେ, ଯେଉଁମାନେ ଦୃଷ୍ଟିହୀନ, ସେମାନେ ନିରାପଦରେ ନିଜର ସଠିକ୍‌ ସ୍ଥାନରେ ପହଞ୍ଚି ପାରୁଛନ୍ତି। ତେଣୁ ଆମେ ସେହିଭଳି ଭାବେ ଯାତ୍ରା କରିବାକୁ ନିଷ୍ପତ୍ତି ନେଲୁ । ’’

Advertisment
Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ