Advertisment

ନିଆଁରେ ଜଳି ପୋଡ଼ି ଛାରଖାରପର ହୋଇଗଲା ସଂସାର

ରାତିରେ ସମସ୍ତେ ଶୋଇଥିଲେ। ହଠାତ୍ ଘରେ ଲାଗିଗଲା ନିଆଁ। କେହି କିଛି ଜାଣିବା ଆଗରୁ ଜଳିପୋଡ଼ି ସବୁ ଛାରଖାର୍ ହୋଇଗଲା

Fire

Fire

Advertisment

ସୋର (ନିରଞ୍ଜନ ବେହେରା): ଘର ଦ୍ୱାର ଚୁଲି ଚାଳ, କଂସା ବାସନ, ଟିଭି ଫ୍ରିଜ୍ ଗାଡି ମଟର। ସବୁ ପୋଡ଼ି ପାଉଁଶ ହୋଇଗଲା। ଆଉ ଏଠି କାହା ପାଖରେ କିଛି ନାହିଁ। ପିନ୍ଧା ଲୁଗା ଖଣ୍ଡକ ଛାଡ଼ିଦେଲେ  ଖଞ୍ଜାରେ ଆଉ କିଛି ବାକି ନାହିଁ। ସବୁ ନିଆଁ ମୁହଁରେ ଯାଇଛି। ହେଲେ କେମିତି ନିଆଁ ଲାଗିଲା, କୋଉଠୁ ଜଳିଲା କେହି ଜାଣି ନାହାନ୍ତି। ରାତିରେ ସମସ୍ତେ ସୋଇଥିଲେ। ଚେତା ଫେରିବା ବେଳକୁ ଅବସ୍ଥା ପୂରା ସଙ୍ଗୀନ ଥିଲା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରି ପଞ୍ଚାୟତ ଚନ୍ଦନପୁର ଗାଁର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ବନ୍ଧସାହିରେ ଅଗ୍ନିକାଣ୍ଡ ହୋଇ ବୁଧବାର ରାତିରେ ଏମିତି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

Advertisment

୪ଟି ପରିବାରର ୧୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ରୋଷେଇଘର, ଶୋଇବା ଘର, ବୈଠକ ଘର ଆଉ କିଛି ନାହିଁ। ଟଙ୍କା ପାଇସା, ଗହଣା ଗାଣ୍ଠି, ତେଲ ଲୁଣର ସଂସାର ସବୁ ଏଇ ନିଆଁ ମୁହଁରେ ଯାଇଛି। ବାଇଟ୍ ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ କୌଣସି ଜିନିଷପତ୍ର କାଢ଼ିବା ସମ୍ଭବ ହେଲାନି। ତେଣୁ ପରିବାରଲୋକେ ଜୀବନ ବିକଳରେ ଛୁଆ ପିଲାଙ୍କୁ ଧରି ଘରୁ ବାହାରକୁ ପଳାଇ ଆସିଥିଲେ l ପରେ ଅଡା ଦମକଳ କେନ୍ଦ୍ରକୁ ଫୋନ କରି ଡାକିଲେ ସିନା ହେଲେ କିଛି ଉଦ୍ଧାର କରି ହେଲାନି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ସଟସର୍କିଟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି l ଯୋଉଠି ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଛି ସେଠି କ୍ଷତିର ଆକଳନ କିଏ କରିବ? ସୌଭାଗ୍ୟ ବଶତଃ ଛୁଆପିଲା ସମସ୍ତେ ସୁରକ୍ଷିତ ଅଛନ୍ତି। ଏବେ କ୍ଷତିଗ୍ରସ୍ତ ଲୋକେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ଲୋକେ।

Advertisment
Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ